STORYMIRROR

Puspanjali Panda

Romance

3  

Puspanjali Panda

Romance

ବର୍ଷା, ତମେ ଓ ମୋ ଚା କପ୍

ବର୍ଷା, ତମେ ଓ ମୋ ଚା କପ୍

1 min
323


ବର୍ଷା ବର୍ଷିଲେ ଚା ଓ ତମେ ଖୁବ୍ ଭଲଲାଗ

ଢ଼କ୍ଢ଼କ୍ ପିଇଯିବାକୁ ଇଛାହୁଏ।।

ଟପ୍ ଟପ୍ ଝରିପଡୁଥିବା

ଏବେ ମୌସୁମୀ ବର୍ଷା

ତମକୁ କିଛି କୁହେନି

ହେଲେ ମୋ ଦେହ ମନକୁ

ପୁରା ଓଦା କରିଦିଏ।।

ତମ ପରି ଭାରି ଜିଦିଆ ଏ ବର୍ଷା

ଦେଖୁନ ଫେରିଯାଇ ପୁଣି ଲେଉଟି ଆସିଛି ।।

ଯେମିତି ଗେଟ୍ ପାଖରୁ ତମେ ଫେରିଆସି ଦେଖ

ମୁଁ କେମିତି ମୁହଁ ମାରି ବସିଛି।।

ବର୍ଷା, ତମେ ଓ ମୋ ବାମ୍ଫଉଠା ଚା କପ୍

ଆଜି ପୁଣି ଏକାଠି,

ଅଦିନିଆ ବର୍ଷାର ସମୟଟା ଖୁବ୍ ଆପଣାର ଲାଗୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance