STORYMIRROR

Manasmita Das

Comedy Drama Romance

3  

Manasmita Das

Comedy Drama Romance

ବର୍ଷା ସହ କିଛି ସ୍ମୁତି

ବର୍ଷା ସହ କିଛି ସ୍ମୁତି

1 min
289


ତୁମକୁ ମୁଁ ବହୁତ ଦିନ ହେଲା ଖୋଜୁଥିଲି

  ତୁମେ ଆଜି ଆସିବ ବୋଲି ମୁଁ ଭାବିନଥିଲି ।। ୧।। 


ତୁମେ ଆସିବ ବୋଲି ତ କହିନଥିଲୁ  କାଲି

   ତୁମ ଆସିବା ଶଦ୍ଦ ଶୁଣି ମୁଁ  ଦୌଡ଼ିଆସିଲି ।। ୨।।


ତୁମକୁ ଦେଖି  ସତ ମୁଁ ବହୁତ  ଖୁସିହେଲି

  ହଟାତ ତୁମକୁ ଦେଖି ମୋ କାମ  ଭୁଲିଗଲି ।। ୩।। 


ମନେ ଅଛି ସେଦିନ ଆମେ ଦୁହେଁ ଭିଜୁଥିଲେ

 ତୁମେ  ଛିଟା ମାରୁଥିଲ  ଆଉ  ମୁଁ  ଭିଜୁଥିଲି ।। ୪।।


ସତ କହୁଛି ବର୍ଷା ତୁମେ ସେଦିନତ ମତେ

  ଏତେ ଭିଜେଇବ ବୋଲି ମୁଁ ତ ଭାବିନଥିଲି ।। ୫।। 


ଜାଣିଛ  ବର୍ଷା ତୁମକୁ ଟିକେ ଦେଖିବା ପାଇଁ

  ମୁଁ ବହୁତ ଦିନ ହେଲା ଅପେକ୍ଷା  କରିଥିଲି ।। ୬।।


ଜାଣିଛ ବର୍ଷାତୁମ ସହ  ବତିଥିବା କିଛି

    ସ୍ମୃତିକୁ ମୁଁ ପ୍ରତି ମୁହୁର୍ତ୍ତେ  ମନେକରୁଥିଲି ।। ୭।। 


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy