STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ବର୍ଷା ଋତୁ ଆଗମନ

ବର୍ଷା ଋତୁ ଆଗମନ

1 min
178

ବର୍ଷା ଋତୁ ଆଗମନେ ପାର୍ବଣର ହୁଏ ଶୁଭାରମ୍ଭ

ହିନ୍ଦୁ ସଂସ୍କୃତିର ପର୍ବ ପର୍ବାଣୀର ହୁଏ ଶୁଭାରମ୍ଭ,

ବର୍ଷା ଆଗମନେ ଶସ୍ୟ ଶ୍ୟାମଳ ଭୂମି ଶୁଭାରମ୍ଭ

ମନ୍ତ୍ରମୁଗ୍ଧ କରେ ପ୍ରାଣ ସୁଶୋଭିତ ପର୍ବ ଶୁଭାରମ୍ଭ।


ଜଳ ପରିପୂର୍ଣ୍ଣେ ନଦୀ ନାଳ ବନ୍ଧ ବର୍ଷା ଆଗମନ

ଶସ୍ୟ ଶ୍ୟାମଳ ଭୂମି ଦିଶେଟି ଲକ୍ଷ୍ମୀପୂର୍ଣ୍ଣା ସମାନ,

ଘଡଘଡି ଶବ୍ଦ ଶୁଭେ ତହିଁ ହୋଇ ପୁଣି ଘନଘନ

ସୁଶୋଭିତ ଦିଶେ ହିଁ ଆକାଶ ମେଘ କରେ ଛନଛନ।


ଶସ୍ୟ ପୂର୍ଣ ଭୂମି ଦିଶେ ଚତୁର୍ଦ୍ଦିଗ ଅତି ହିଁ ସୁନ୍ଦର

ପାର୍ବଣର ଶୁଭକାର୍ଯ୍ୟ ହୂଏ ପୁଣି ଏଠି ନିରନ୍ତର,

ରଜ ପର୍ବ ପରେ ହୁଏ ପୁଣି ରଥଯାତ୍ରା ଭକ୍ତଙ୍କର

ଜୁନ ବାର ତାରିଖରୁ ପୁଣି ଯାତ୍ରା ଜଗନ୍ନାଥଙ୍କର।


ବଡ଼ଦେଉଳର ବଡ଼ଦାଣ୍ଡରେ ଭକ୍ତଙ୍କର ଗମନ

ଚତୁର୍ଦ୍ଦିଗ ଦିଶୁଥିବ ଭକ୍ତଙ୍କର ଭକ୍ତିର ଗୁଞ୍ଜନ

କାଳିଆ କାଳିଆ ରାବ୍ ତହିଁ ଶୁଭୁ ଥିବ ଘନଘନ

ନନ୍ଦିଘୋଷୁ ଦେଖୁ ଥିବେ ସେହୁ ସବୁ ପ୍ରଭୁ ନିରଞ୍ଜନ।


ମାଉସୀ ଘରକୁ ଯିବା ପାଇଁ ପ୍ରଭୁ ଆତୁର ହିଁ ଥିବେ

ଭକ୍ତମାନେ ଭକ୍ତିମନେ ତହିଁ ପ୍ରଭୁ ରଥ ଟାଣୁ ଥିବେ

ବଡ଼ ଭାଇ ବଳରାମ ତାଙ୍କ ରଥେ ବସିଣଟି ଥିବେ

ଭକ୍ତିମନେ ଭକ୍ତଜନ ଅତି ଯତ୍ନେ ରଥ ଟାଣୁ ଥିବେ।


ଭଉଣୀ ସୁଭଦ୍ରାର ରଥଟି ସଦା ଆଗରେ ହିଁ ଥିବ

ପ୍ରେମ ଭକ୍ତି ଶ୍ରଦ୍ଧା ସମର୍ପଣ ଭାବେ ରଥ ଟାଣୁ ଥିବ,

ଭକ୍ତଙ୍କ ପାର୍ବଣ ଏହୁ ଭକ୍ତ ପ୍ରଭୁ ରଥ ଟାଣୁ ଥିବ

ଜୀବନ ମୂଲ୍ୟର ମନ୍ତ୍ର ସେହୁ ରଥଯାତ୍ରାରେ ପାଇବ।


ଭକ୍ତଙ୍କର ଡୋର ପୁରୀ କ୍ଷେତ୍ରେ ପ୍ରଭୁ ଅବଶ୍ୟ ହିଁ ଦେବେ

ଭକ୍ତଜନ ଭକ୍ତିମନେ ରଥଯାତ୍ରା ଅବଶ୍ୟ ଦେଖିବେ,

ଭକ୍ତିମନେ ଭକ୍ତଜନ ଜଗନ୍ନାଥ ଦର୍ଶନ କରିବେ

ଭକ୍ତଜନ ପାର୍ବଣଟି ଭକ୍ତିପୂର୍ଣ୍ଣ ଜୀବନେ ପାଳିବେ।


ବର୍ଷା ଋତୁ ଆଗମନ ପାର୍ବଣର ହୁଏ ଶୁଭାରମ୍ଭ

ହିନ୍ଦୁ ସଂସ୍କୃତିର ପର୍ବ ପର୍ବାଣୀର ହୁଏ ଶୁଭାରମ୍ଭ,

ବର୍ଷା ଆଗମନେ ଶସ୍ୟ ଶ୍ୟାମଳ ଭୂମି ଶୁଭାରମ୍ଭ

ମନ୍ତ୍ରମୁଗ୍ଧ କରେ ପ୍ରାଣ ସୁଶୋଭିତ ପର୍ବ ଶୁଭାରମ୍ଭ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational