STORYMIRROR

Debadatta Jena

Romance

2  

Debadatta Jena

Romance

ବର୍ଷା ଓ ପ୍ରେମିକା..

ବର୍ଷା ଓ ପ୍ରେମିକା..

1 min
193

ବର୍ଷା ଆଉ ପ୍ରେମିକା, 

ଥିବେ ଯେବେ ସାଥିରେ, 

କିଏ ଭିଜେଇବା ଜିଦିରେ, 

ବର୍ଷା ଝରାଏ ପ୍ରୀତିର ଫଲଗୁ, 

ମଧୁ ଝରେ ତନୁ ମକରନ୍ଦରେ,

ଛନ୍ଦ ତୋଳୁଛି ଅଳସୀ ଛନ୍ଦା, 

ଅଭିସାରିକାର ମନ ମନ୍ଦିରେ, 

ଘନ ନୀଳ ଇନ୍ଦୁ ଅଳକା ନନ୍ଦାରେ, 

ରିମଝିମ ଗୀତ ଗଜଲରେ..!

     ବର୍ଷା ମୋ ପ୍ରିୟତମା, 

     ମୌସୁମୀ ସେ ଆନମନା, 

     ରୁଣୁଝୁଣୁ ସୁର ତା' ପାଉଁଜିରେ, 

     ବାଦଲ ଛାତିରେ ମେଘର ଫୁଆର, 

     ନୀଳ ମେଘୀ ଘନ ତୃଷ୍ଣାରେ, 

     ରଜନୀ ଗନ୍ଧାର କୃଷ୍ଣା କବରୀ, 

     ବିଦ୍ୟୁତ ଚମକ ଜ୍ୟୋସ୍ନାରେ, 

     ପଲକେ ଖେଳଇ ନୀଳୋତ୍ପଳ କଢି, 

     ପହିଲି ଆଷାଢ଼ ବାସ୍ନାରେ..! 

ଋତୁ ରାଣୀ ମେଘ ଶ୍ରାବଣୀ, 

ପ୍ରୀତି ଝରଣର ସ୍ରୋତସ୍ୱିନୀ, 

ସରଗ ଅପ୍ସରୀ ନିର୍ଝରିଣୀ ଟିଏ, 

ଏଇ ଆଂଗନରେ ମନ୍ଦାକିନୀ, 

ଇନ୍ଦ୍ରଧନୁ ଆଂକେ ଅମରବତୀରେ  

ଅଭିମାନିନୀ ତା' ଘନ କଜ୍ଜ୍ଵଳେ, 

ସଜଳ ନୟନ ଚନ୍ଦ୍ର ମଲ୍ଲୀକା, 

ଭିଜେ ମେଘ ମଲହାର ରାଗିଣୀରେ..!

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance