STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

ବର୍ଷା ଗୋ

ବର୍ଷା ଗୋ

1 min
199

ଫେରିଯାଅ ତୁମେ ଏବେ

ଝିପି ଝିପି ବରଷନା ଆଉ

ଅକୁହା ବେଦନା ମନତଳେ ଥାଉ

ତୁମେ ମନେ ପକାଅନା ଆଉ।


ତମେ କାହିଁକି ଆସିଲ

ରୁଷି ଯଦି ଯାଇ ଥିଲ ତୁମେ

ନିଦ୍ରା,ତନ୍ଦ୍ରା ହଜାଇ ମୋର

ସୁଖେ ଯଦି ରହିଥିଲ ତୁମେ।


ତୁମେ ଯାଅ ଫେରିଯାଅ 

ଅଭିମାନେ ଲୁହ ଝରାଅନା

କୋହ ମୋର ସବୁ ଲୁହ ହୋଇ ଝରୁ

ହସି ହସି ଓଠ ପିଉ ସିନା

ତୁମେ ଅଟକାଅ ନାହିଁ ଜମା।


ଯାଅ ଫେରିଯାଅ ତୁମେ

ରଂଗ ହଜିଛି ଜୀବନୁ ମୋର

ଇନ୍ଦ୍ରଧନୁର ସପ୍ତରଂଗେ

ତମେ ଆଉ ତାକୁ ରଂଗାଅନା।


ତୁମେ ଫେରିଯାଅ ଏବେ

ବୁଝାଅନା ଆଉ ମୋତେ ତୁମେ

ଚପଳା ପରି ମୋ କ୍ଷଣିକ ଜୀବନ

ଆସିଛି ଏକା ଫେରିବି ଏକା ମୁଁ

ବୁଝିସାରିଲିଣି ପରା ଏବେ

ବର୍ଷା ଗୋ ଫେରିଯାଅ ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy