Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Puspita Dash

Abstract Inspirational Others

2.1  

Puspita Dash

Abstract Inspirational Others

ବର୍ଷା ..ଏକ ଋତୁର ନାମ

ବର୍ଷା ..ଏକ ଋତୁର ନାମ

1 min
7.1K


ବର୍ଷା ..ଏକ ଋତୁର ନାମ

ଆଷାଢ ଆସିଛି ଶ୍ରାବଣ ଆଣିଛି,

ବିଦଗ୍ଧ ଏଇ ଯେ ବର୍ଷା I

ନଦୀ ସବୁ ଆଜି କୂଳ ଖାଇ ବହେ

ବନ୍ୟାର ତ ରହିଛି ଆଶଙ୍କା,

ତୁମ କଥା ସବୁ ବାରମ୍ବାର ଆସେ

ଜଳେ ନୀଳ ନୀଳ ଈର୍ଷା I

ଦେବଦାରୁ ଶୀର୍ଷେ ଛପିଯାଏ ସୂର୍ଯ୍ୟ

ହୃଦୟେ ଭରେ ଯେ ଦକା,

ସର୍ପ ପରି ବକ୍ର ନଦୀ ସ୍ବର୍ଣ୍ଣ ତାର,

ଅଭ୍ର ଖଣ୍ଡ ବାଲୁକା ପ୍ରାନ୍ତର I

କ୍ଷେତ ଉଜୁଡିବ ଭୀତ କୃଷକର

ଆର୍ତ୍ତନାଦ ଶୁଭେ ରହି ରହି,

ସିକ୍ତ ତାର ଶଯ୍ୟା ଏବେ ଠାଏ ଠାଏ

ଶସ୍ଯ ପରେ ରୁକ୍ଷ ବାଲୁଚର I

ବର୍ଷାର ତାଣ୍ଡବ ନୃତ୍ଯ କ୍ରମାଗତ

ପ୍ରବାହିତ ଭାବନାର ନଈ,

ନଦୀବନ୍ଧ ଉପକଣ୍ଠେ ବରଗଛ

ବିଦ୍ୟମାନ ଆଦିମ କାଳରୁ,

ପକ୍ଷୀଙ୍କ କାକଳୀ ଥିଲା ଗ୍ରାମ ଶିଶୁ I

ଓହଳରେ ଥିଲେ କ୍ରୀଡାରତ,

ବର୍ଷା ତୁମ ତାଣ୍ଡବରେ ଶ୍ରୀହୀନ ଯେ,

ସ୍ବର୍ଣ୍ଣ ଚମ୍ପା ସୁନ୍ଦର ବଗିଚା

ଅଣଚାଶ ପବନରେ ଆନ୍ଦୋଳିତ I

ସମୂଳେ ସେ ଏବେ ଉତ୍ପାଟିତ,

ବର୍ଷା ତୁମ ସ୍ପର୍ଶ ଏବେ ଅମାନିଆ,

ବୃକ୍ଷଲତା ପ୍ରତିଟି ଅଙ୍ଗରେ,

ହୃଦୟରେ ଝଡ ତାର ନଦୀ ଦେହ I

ଉତ୍ତାଳ ସେ ଢେଉ ରେ ଚଞ୍ଚଳ,

ଧରଣୀ କମ୍ପିତ ଆଜି ପୁଲକିତ I

ପ୍ରାଣବନ୍ତ ପ୍ରତିଟି ରନ୍ଧ୍ରରେ,

ଏକାକୀ କକ୍ଷରେ ବଧୂ ଭୀତତ୍ରସ୍ତ I

ଚକ୍ଷୁ ତାର ଅଶ୍ରୁରେ ସଜଳ

କଦମ୍ବବି ରୋମାଞ୍ଚିତ ଥର ଥର I

ଚମ୍ପକର ସୁନ୍ଦର ଅଙ୍ଗୁଳି,

ଚପଳ ଚପଳା ଛୁଏଁ ଧରାବକ୍ଷ,

ମେଘବକ୍ଷେ ଲୁଚେ ଅଂଶୁମାଳି I


Rate this content
Log in