STORYMIRROR

Puspita Dash

Others

2.5  

Puspita Dash

Others

ରାକ୍ଷୀ...ଏକ ଭିନ୍ନ ଦୃଷ୍ଟି

ରାକ୍ଷୀ...ଏକ ଭିନ୍ନ ଦୃଷ୍ଟି

1 min
13.7K


ରାକ୍ଷୀ...ଏକ ଭିନ୍ନ ଦୃଷ୍ଟି

ଜୀବନର ଅଙ୍କ କଷୁ କଷୁ

ସରି ଯାଏ ଦିନ ଆଉ ରାତି

ଋତୁ ବି ବଦଳି ଯାଏ

ଚ୍ଛିନ୍ନ ପାଲ ତଳ ଦୃଶ୍ୟ

କରୁଣ ମୁହୂର୍ତ୍ତ

ଖୋଲା ମୁହଁ

ହଳଦିଆ ଦାନ୍ତ ତଳେ

ଛଟପଟ ନିରୀହ ଶୈଶବ

ଭୋକିଲା ପେଟରେ ପଡେ

ଓଦାକନା ...ସ୍ବପ୍ନ ଛନ୍ଦି ହୁଏ

ରାକ୍ଷୀର ଗଣ୍ଠିରେ

ପ୍ରତ୍ୟୟର ଶିରାଳ ହାତଟି

ଜଗାଏ ବିଶ୍ବାସ

ଛାଇ ନିଦ ମାଡିବାର ବେଳ

ପାଦ ତଳ ମାଟି ଶୂନ୍ୟ

ଚୋରାବାଲି ଦିଏ କି ଭରସା

ସନ୍ଦିହାନ ସ୍ଥିତି

ଶୁଷ୍କ ଅଧରରେ ଥାଏ

ବାଧ୍ୟ ହସ ମଳିନ ପାଖୁଡା

ଦୂରେ ବହୁଦୂରେ ଚକ୍ରବାଳେ

ଅନାଗତ ଭବିଷ୍ୟତ ଛବି!!!




Rate this content
Log in