STORYMIRROR

Puspita Dash

Others

3  

Puspita Dash

Others

ଅବ୍ୟକ୍ତ ଯନ୍ତ୍ରଣା

ଅବ୍ୟକ୍ତ ଯନ୍ତ୍ରଣା

1 min
13.9K


ରାସ୍ତା କଡ ଜୀବନରେ

ଦୁଃଖ ଅଛି ଅନ୍ତଃ ହୀନ ଶୋକ

ଭାବ ହୀନ ଆଖି ଏଠି

ଭାଷାହୀନ ମୁଖ,

ନିରନ୍ନ ଶୈଶବ ଏଠି

ଶୋକାର୍ତ୍ତ କୈଶୋର

ପୀଡିତ ଯୌବନ ହୁଏ

ମଳିନ ଧୂସର,

ପେଟ ପାଟଣାର

ଶଳାକା ବିଦ୍ଧ

ନିତ୍ୟ ବକ୍ଷରେ ମୋର

କେହି ବୁଝେନାହିଁ

ଦୁଃଖ ଓ ଶୋକ

ଆର୍ତ୍ତନାଦ ଏ ଚିର,

ସ୍ଵପ୍ନ ଦେଖିବା ତ

ମୋତେ ମନା

ପଥର ତଳର ଭାଗ୍ୟ

ମୋ ପାଇଁ ସୌଖିନ

ଗଳ୍ପ ରଚିତ

କେତେ ଯେ ଲିଖିତ କାବ୍ୟ;

ଖବରକାଗଜ

ପୃଷ୍ଠା ମଣ୍ଡିତ

ଜୀବନ ଯନ୍ତ୍ରଣା ମୋର,

ମୁଠାଏ ଭସ୍ମେ

ଇତି ହେବ ଜାଣେ

ସ୍ଵପ୍ନର ବାଲିଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍