ତ୍ରାଣକର୍ତ୍ତା
ତ୍ରାଣକର୍ତ୍ତା
1 min
13.1K
ହେ ନାଥ ଅସହ୍ୟ ଏହି
ନିତ୍ୟ ଯେ ବିରୋଧ
ଋଣଭାରେ ନତ ମୁହିଁ
ପାପ ଗ୍ରସ୍ତ ବ୍ୟାଧ
ସୁବେଶ ହୋଇଲେ ସର୍ବେ
କଲେ ଯେ ପ୍ରଣାମ
ମଳିନ ବସନେ ଲୁଚି
ରହିଲି ଅଧମ
ଚତୁର୍ଦ୍ଦିଗେ ମୋର ବାଧା
ଯିବି ଅତିକ୍ରମି
ମୁକ୍ତି ମାଗିବାକୁ ଚାହେଁ
ତୁମେ ମୋର ସ୍ଵାମୀ
ଲଜ୍ଜା ଲାଗେ ପ୍ରଭୁ ତୁମେ
ମୋର ଶ୍ରେୟତମ
ମିଛ ଅହଙ୍କାର ନାହିଁ
ତୁମ ସମ ଧନ
କେମିତି ଜାଣିବ ସଖା
ମୋ ଚିତ୍ତ ବେଦନା
ତୁମ ବିନା ମୂକ ମନ
କହି ତ ପାରେନା
ବୃନ୍ଦାବନ ରାଜା ମୋର
କାଳିଆ ଠାକୁର
ମାନ ଅପମାନ ଊର୍ଦ୍ଧ୍ବେ ।
ଚରଣ କିଙ୍କର
