ଛୁଇଁଦେଇ ଭିଜାଇ ଦେଲ
ମନ ବନ ଉପବନ ଫୁଲ
ଓଦା ହେଲା ମାଟି
କାନ୍ଥେ ଛିଟ ଛାଟି
ଜୀଵନ ଅମୂଲ ମୁଲ
ବରଷା ବରଷି ପିୟୁଷ ପରଷି
ଋଷିଥିବା ଖୁସି ଆଣିଦେଲ
ଆଷାଢ଼ ଶ୍ରାବଣ ନୟନ ଦ୍ବୟ
ଛୁଆଁରେ ତୁମର ମୂଲ୍ୟ ଦେଲ
ଲହୁ ଲୁହ ହୋଇ ଥିଲା ନୟନ ଦୁଇ
ମେଘ ହୋଇ ଯେବେ ବରଷିଲ
ଫୁଲ ହେଲା କଷି ଚାଷୀ ହିସାବେ ବସି
କହେ ହେ ବରଷା ଭିଜାଇଲ
ସ୍ବପ୍ନ ଭିଜା ଭିଜା ମନ ଉପବନେ ରାଜା
କଳାମେଘ ଯେବେ ବରଷିଲ
ସାଧବବୋହୁ ଜାଣିବ କାହୁଁ
କେତେ ଛୁଆଁ ତୁମେ ପରଷିଲ
ଭଲ କଲ ଅବା ଭୁଲ କଲ
ଆକାଶ ଉଆସ ମେଘଟା ଉଆଁସ
ରାତିରେ ଦିନରେ କଲବଲ
କିଏ ଛୁଏଁ ମାଟି କିଏ ଅବା ଛୁଟି
ବରଷା ମାଟିମା'କୁ କରେ ଗେଲ
ଆସିଗଲ ନେଇ ସବୁଜ ଶାଢ଼ୀ
ଧରା ବକ୍ଷ ପରେ ଶାଗୁଆ କଢି
ଫୁଟି ଲୋଟି ବାସ ଛୁଟି ଚୁଟି ଗଜରା
ଆଉ କିଏ କାହିଁ ତା ତୁଲ୍ୟ
ବରଷା ଆସିଲ ଭଲକଲ
ଛୁଇଁ ଦେଇ ଯାଅ କରି ସମତୁଲ
ନଥିବ ଭେଲ ବରଂ ସବୁ ହେବ ଭଲ