ବର୍ଷା ଭିଜା ରାତି
ବର୍ଷା ଭିଜା ରାତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବର୍ଷା ଭିଜା ରାତି ଦେହ ସାରା ତାତି
ମନେପଡେ ତୁମ କଥା
ଏମିତି ବର୍ଷାରେ ଭିଜେଇଥିଲେ ଆମେ
ଭୁଲିଗଲ ସବୁକଥା ||
ସିରି ସିରି ଥଣ୍ଡା ପବନଟା ଯେବେ
ଦେହରେ ମୋ ବାଜି ଯାଏ
କେଜାଣି କାହିଁକି ତମ କଥା ଭାବି
ତାତି ମୋର ବଢି ଯାଏ ||
ଟୁପ ଟାପ ହୋଇ ଓଳି ତଳ ପାଣି
ମୋ ନିରବତାକୁ କହେ
ଭୂଲିଗଲା ଯଦି ଭୁଲିଯାଉ ସିଏ
ମୁ ତୁମକୁ ହିଁ ଭଲ ପାଏ ||
ନିଶା ଅନ୍ଧାରର ବର୍ଷା ରାତି ଆଜି
ପାଖକୁ ଡାକୁଛି ମୋତେ
ଏମିତି ଲାଗୁଚି ଅଦୃଶ୍ୟ ରେ ସିଏ
ଭଲପାଏ ଖାଲି ମୋତେ ||