STORYMIRROR

Sujata Pati

Classics

3  

Sujata Pati

Classics

ବର୍ଷା ଭିଜା ମନ

ବର୍ଷା ଭିଜା ମନ

1 min
278


  

  ବାହାରେ ବରଷା ମୋ ଭିତରେ ବରଷା

    ବରଷି ଚାଲିଛି ଅବିରାମ ରେ

  ଅନ୍ତର ବର୍ଷାରେ ଭିଜୁଛି ମୁଁ ଆଜି

    ପ୍ରକାଶ କରିବି କାହା ପାଖରେ..


  ଦୁଇ ବର୍ଷ ହେଲା ପାଠ ମୋ ସରିଲା

    ଚାକିରୀ ସନ୍ଧାନେ ଆଜି ମୁଁ ଅଛି

  ଘରେ ବଡ ଝିଅ ଦାୟିତ୍ବ ଅନେକ

   ସାନ ଭାଇ ପାଠ ବାକି ରହିଛି..


  ବାପାଙ୍କ ଚାକିରୀ କିଛି ବର୍ଷ ଥିଲା

   କରୋନା ରେ ସେ ଛଟେଇ ହେଲେ

  ଭଡାଘରେ ଅଛୁ ସବୁ ତ କିଣୁଛୁ

    କେମିତି ଚଳିବୁ ଏ ବେଳ ରେ...


  ଆତ୍ମୀୟ ମାନେ ତ ଦୂର ପରବତ

   ଦୂରକୁ ସୁନ୍ଦର ପାଖରେ କାହିଁ..

  ମାଆ ଅଭିମାନୀ ବାପା ସ୍ବାଭିମାନୀ

   ହାତ ପତେଇବା ଜାତକେ ନାହିଁ।


  ନିଜକୁ ଆଜି ମୁଁ ଦୋଷୀ ମନେକରେ

   ଚାକିରୀ କାହିଁକି ହେଉନି ମୋର..

  ଚାକିରୀ ଚିନ୍ତାରେ ନିଦ ମୋ ହଜିଛି

    ଦୟା କରିବ ମୋ କଳା ଠାକୁର।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics