STORYMIRROR

Bela Bhumi

Romance

2  

Bela Bhumi

Romance

ବର୍ଷା ଆଉ ତୁମେ (୨)

ବର୍ଷା ଆଉ ତୁମେ (୨)

1 min
2.8K



ସାଜେ ଯେବେ ତୁମ ସଜ ଦେହଟାରେ

ବରଷା ପାଣିର ଟୋପା

ଛାତି ଅଗଣାରେ ଚରଚା ଚାଲଇ

ତୁମ ପାଇଁ ଚାପା ଚାପା,

ମନ ମୟୂରୀ ମୋ ନାଚି ଯାଏ ତାଳେ

କବରୀ ମୁକୁଳା କଲେ

ମାନ କି ନ ମାନ ଋତୁ ଝୁଲିପଡେ

ପଠା କଦମ୍ବର ଫୁଲେ ,

ଅସରନ୍ତି ସ୍ୱପ୍ନ ବତାସି ପବନ

ପଲକକୁ ଯାଏ ଛୁଇଁ

ଉକୁଟି ଉଠଇ ଛାତି ତଳ କୋହ

ଦୂରେ…ହୃଦୟଟା ଝୁରେ ରହି।।



ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance