STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ବର୍ଷ ବର୍ଣ୍ଣାଳୀ

ବର୍ଷ ବର୍ଣ୍ଣାଳୀ

1 min
141


ଦେଖ ଦେଖ ରାଶିଫଳ 

ଦେଖ ଦେଖ ହସ୍ତରେଖା 

ଶୁଭ ନା ଅଶୁଭ ଆସୁଥିବା ବେଳ 

ଜାନୁଆରିରେ ଗଛରୁ ଖସିବ ନାହିଁତ ବକଳ 

ଫେବୃଆରୀ ଯିବକି ନଯିବ ଚଞ୍ଚଳ 

ଅଧିବର୍ଷ ନୁହେଁ ଯଦି ମଙ୍ଗଳ ନା ଅମଙ୍ଗଳ 

ମାର୍ଚ୍ଚରେ ଗଛରେ ଧରିଥାନ୍ତା କି ବଉଳ 

ତୁମ ଗାଁ ମହୁମାଛି ଆମ ଗାଁ ମହୁପିଈ 

ଯେମିତି ହେଉଛି ଡହଳ ବିକଳ ସତେକି ସରଳ 

ଏପ୍ରିଲଠୁ ସୂର୍ଯ୍ୟଙ୍କ ଗରମ ପ୍ରବଳ 

 ମେ ଜୁନ ଜୁଲାଇ ଯାଏଁ ଖେଳ 

ଅଗଷ୍ଟରେ ଯିବାକୁ ହେବ ସମୁଦ୍ରକୂଳ 

କି ନା ଦେଖିବାକୁ ହେବ ଚଞ୍ଚଳ 

ପିଠି ମୁଁହଁ ଆଖି ବେକ ତଳେ ଛାଳ ବକଳ 

ସେପଟେମ୍ବର ଯାଇ ଡ଼ିସେମ୍ବର ଆସି 

ଶୀତ ଲାଗୁଛି କଅଁଳ 

ମାଡିଆସିଥିବ ଯଦି ଆଖିରେ ପରଳ 

ଲାଗିବ ସବୁ ବିକଳ ଓ ଗରଳ 

ନୂଆ ପୁରୁଣା ହୋଇ ପୁଣି ନୂଆ ସକାଳ 

ଦେଖୁଥା ଖଡ଼ିରତ୍ନ ପାଞ୍ଜି କୋଷ୍ଠି ହାତ ଆକୁଳ 

ଏ ବର୍ଷର ବର୍ଣ୍ଣାଳୀରେ ଏତେ ଚଳ ଚଞ୍ଚଳ 

ଆରବର୍ଷ ଭାଗ୍ୟଫଳ ରହିଥିଲେ ଚୁଲି ଚାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract