ବର୍ଷ ବର୍ଣ୍ଣାଳୀ
ବର୍ଷ ବର୍ଣ୍ଣାଳୀ
ଦେଖ ଦେଖ ରାଶିଫଳ
ଦେଖ ଦେଖ ହସ୍ତରେଖା
ଶୁଭ ନା ଅଶୁଭ ଆସୁଥିବା ବେଳ
ଜାନୁଆରିରେ ଗଛରୁ ଖସିବ ନାହିଁତ ବକଳ
ଫେବୃଆରୀ ଯିବକି ନଯିବ ଚଞ୍ଚଳ
ଅଧିବର୍ଷ ନୁହେଁ ଯଦି ମଙ୍ଗଳ ନା ଅମଙ୍ଗଳ
ମାର୍ଚ୍ଚରେ ଗଛରେ ଧରିଥାନ୍ତା କି ବଉଳ
ତୁମ ଗାଁ ମହୁମାଛି ଆମ ଗାଁ ମହୁପିଈ
ଯେମିତି ହେଉଛି ଡହଳ ବିକଳ ସତେକି ସରଳ
ଏପ୍ରିଲଠୁ ସୂର୍ଯ୍ୟଙ୍କ ଗରମ ପ୍ରବଳ
ମେ ଜୁନ ଜୁଲାଇ ଯାଏଁ ଖେଳ
ଅଗଷ୍ଟରେ ଯିବାକୁ ହେବ ସମୁଦ୍ରକୂଳ
କି ନା ଦେଖିବାକୁ ହେବ ଚଞ୍ଚଳ
ପିଠି ମୁଁହଁ ଆଖି ବେକ ତଳେ ଛାଳ ବକଳ
ସେପଟେମ୍ବର ଯାଇ ଡ଼ିସେମ୍ବର ଆସି
ଶୀତ ଲାଗୁଛି କଅଁଳ
ମାଡିଆସିଥିବ ଯଦି ଆଖିରେ ପରଳ
ଲାଗିବ ସବୁ ବିକଳ ଓ ଗରଳ
ନୂଆ ପୁରୁଣା ହୋଇ ପୁଣି ନୂଆ ସକାଳ
ଦେଖୁଥା ଖଡ଼ିରତ୍ନ ପାଞ୍ଜି କୋଷ୍ଠି ହାତ ଆକୁଳ
ଏ ବର୍ଷର ବର୍ଣ୍ଣାଳୀରେ ଏତେ ଚଳ ଚଞ୍ଚଳ
ଆରବର୍ଷ ଭାଗ୍ୟଫଳ ରହିଥିଲେ ଚୁଲି ଚାଳ
