STORYMIRROR

Ghanashyam Biswal

Classics

2  

Ghanashyam Biswal

Classics

ବଡ଼ ହେଲେ

ବଡ଼ ହେଲେ

1 min
74

ବଡହେଲେ ମୁଁ ସୈନିକ ହେବି

ମାଟି ମାଆ ପାଇଁ ଜୀବନ ଦେବି

ପୁଣି ଦେବି ମୋ ଦେହ ସବୁ ରକତ

ମୋ ପାଇଁ ମୋ ଦେଶ ଜୀବନ ମିତ


ବଡ଼ ହେଲେ ହେବି ବଡ଼ ଡାକ୍ତର

ଦୁଃଖୀ ସେବାରେ ଦିନ କଟିବ ମୋର

ନିସ୍ଵାର୍ଥପର ହୋଇ ସେବା କରିବି

ଦିନ ରାତି ରୋଗୀ ସେବା କରିବି


ବଡ଼ ହେଲେ ମୁହିଁ ଶିକ୍ଷକ ହେବି

ସୁନାର ମଣିଷ ନିଜେ ଗଢିବି

ଭାରତ ମାଆ ର ଗାଇବି ଗାଥା

ବିଦେଶେ ବାଣ୍ଟିବି ଅହିଂସା ବାର୍ତ୍ତା


ବଡ଼ ହେଲେ ବଡ଼ ନେତା ମୁଁ ହେବି

ଦୁଃଖୀ ଦରିଦ୍ରଙ୍କ କଥା ବୁଝିବି

ନିଜ କଥା ସବୁ ପାସୋରି ଦେଇ

ଜାତି ଭାଇ କଥା ଆଗ କରିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics