STORYMIRROR

Samar Ballav Bhoi

Abstract Children Stories

3  

Samar Ballav Bhoi

Abstract Children Stories

ବର୍ଣ୍ଣବୋଧ

ବର୍ଣ୍ଣବୋଧ

1 min
369


ଓଡ଼ିଆ ଭାଷାର ପ୍ରଥମ ସୋପାନ

ଶିଶୁବେଦ ଓଡ଼ିଆ ଭାଷା ଶିକ୍ଷାର 

ଓଡ଼ିଆ ପିଲାଙ୍କ ପ୍ରଥମ ପୁସ୍ତକ

ଯେଉଁଠୁ ଆରମ୍ଭ ଶିକ୍ଷାର ଜୀବନ

ଲେଖିଥିଲେ ଭକ୍ତକବି ମଧୁସୂଦନ (ରାଓ) ।।


୧୮୯୫ ରେ ଛାପା ହୋଇଥିଲା ବର୍ଣ୍ଣବୋଧ

ଓଡ଼ିଆ ଭାଷା ପ୍ରମାଣର ଶବ୍ଦ କୋଷ

ଏହା ଏବେ ବିଭିନ୍ନ ନାମରେ ନାମିତ

ମୋ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ

ସହଜ ମଧୁ ବର୍ଣ୍ଣବୋଧ ନାମରେ ବର୍ଣ୍ଣିତ।।


ପିଲାଙ୍କ ପାଇଁ ଏହା ଅତି ଉପାଦେୟ

ବର୍ଣ୍ଣଶୁଦ୍ଧିର ମିଳେ ସହଜ ଉପାୟ

ପ୍ରାରମ୍ଭିକ ତଥ୍ୟର ଅଟେ ଗନ୍ତାଘର

ବର୍ଣ୍ଣବୋଧ ପଢି ପିଲା ହୁଅନ୍ତି ସୁଧାର।।


ଫଳା ମାତ୍ରାର ସୁନ୍ଦର ସମାହାର

ଅଟେ ସେହି ବର୍ଣ୍ଣବୋଧ ଆମର

ପ୍ରାଥମିକ ଶିକ୍ଷା ଠାରୁ ଶିକ୍ଷା ଉଚ୍ଚତର

ସବୁଠାରେ ମିଳିଥାଏ ସମ୍ମାନ ଆଦର।।


ବର୍ଣ୍ଣବୋଧ ବିନା ଭାଷାର ଗଠନ

ପିଲାଙ୍କ ପାଇଁ ନୁହେଁ ସହଜ ବନ୍ଧନ

ଘରର ମୁଳଦୁଆ ପରି ଏହା ସମାନ

ବର୍ଣ୍ଣବୋଧ କୁ କରିପାରିବା ନାହିଁ ଅସମ୍ମାନ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract