STORYMIRROR

Bijaya kumar panda

Inspirational

4  

Bijaya kumar panda

Inspirational

ବର୍ଣ୍ଣ ଚାଳିଶା

ବର୍ଣ୍ଣ ଚାଳିଶା

1 min
202

ଅହଂକୁ ତ୍ୟାଗ କର ଆରାମକୁ ଛାଡି        

ଇତିହାସ ରଚ ସଦା ଈଶ୍ଵରଙ୍କୁ ଡ଼ାକି।


ଉତ୍ତମ ମଣିଷ ହୁଅ ଉର୍ଦ୍ଧ୍ୱଗତି ପାଇଁ

ଋଣି ହୁଅ ନାହିଁ ଏକତାରେ ରୁହ ଭାଇ।


ଐତିହ୍ୟ ସମ୍ପନ୍ନ ହୁଅ ଓଡ଼ିଆକୁ ପଢ଼ି

ଓୌଦ୍ଧତ୍ୟକୁ ନାଶ କରି କଳି କର ନାହିଁ।


ଖରାପ କୁହ ନାହିଁ ଗର୍ବ ମନେ କରି

ଘୃଣାରୁ ମୁକ୍ତି ପାଇଁ ଓଁକାର ଧ୍ଵନି କର ତୁହି।


ଚୋରୀ କର ନାହିଁ ଛଳନାକୁ ଧରି

ଜୀବେ ଦୟା ରଖ ଝଗଡ଼ାରୁ ଦୂରେଇ।


ଟାଉଟର ହେବା ନାହିଁ ଠକ ଗୁଣ ଧରି

ଡର ନାହିଁ କେବେ ଢମ କଥା ଶୁଣି।


ଣ ବର୍ଣ୍ଣରେ ପରମବ୍ରହ୍ମ ତ୍ୟାଗି ହୁଅ ତୁହି

ଥକ ନାହିଁ କେବେ ଦୟା ଭାବ ପ୍ରକାଶିଣ।


ଧର୍ମ କରୁଥିବା ସଦା ନମ୍ର ଭାବେ ରହି

ପରିଶ୍ରମ କରୁଥିବା ଫଳ ଆଶା ନରଖି।


ବିରକ୍ତି ହୁଅ ନାହିଁ ଭୟ ଭାବ ରଖି

ମଧୁର ବଚନ କୁହ ଯତ୍ନବାନ ହୋଇ।


ରାଗ ମନେ ଆଣନାହି ଲୋଭି ଗୁଣ ବୋହି

ଶତ୍ରୁତା ଭାବ ନରଖି ଷଡ଼ଯନ୍ତ୍ର କର ନାହିଁ।


ସମୟ ନଷ୍ଟ ନକରି ହିଂସାରୁ ଦୂରେଇ

କ୍ଷମାକୁ ଆଚର ବର୍ଣ୍ଣମାଳା କହୁଅଛି।


ଅ ରୁ କ୍ଷ ବର୍ଣ୍ଣ ଓଡ଼ିଆ ଚାଳିଶା କହିଲି

ଭୁଲ ଥିଲେ କ୍ଷମା ଦେବେ ବର୍ଣ୍ଣକୁ ପଢ଼ି।


ଓଡ଼ିଆ ନୁହେଁ ଡରୁଆ ଭାଷା ତାହାର ମିଠା

ନୈତିକ ଆଧ୍ୟାତ୍ମିକତା ଭରା ବର୍ଣ୍ଣ ଚାଳିଶା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational