Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ବୃନ୍ଦାବନଧାମେ ମୋ ଚିତ୍ତ ରହୁ -୨

ବୃନ୍ଦାବନଧାମେ ମୋ ଚିତ୍ତ ରହୁ -୨

1 min
200


ବୃନ୍ଦାବନ ଧାମେ ମୋ ଚିତ୍ତ ରହୁ _୨


ଯଥା କୌପିନ କରି ଧାରଣ ଭ୍ରମିବି ପଛେ ମୁହିଁ,

ବିନା ଭୋଜନ ଫଳ ଭକ୍ଷିଣ ଦିବସ ନେବି ବାହି ।


ଅଯଥା ବାର୍ତ୍ତା ନକରି ଚିନ୍ତା ଆବଶ୍ୟ କଥାମାନ ,

ବିନା କାରଣ କରି ବାରଣ ତେଜିଣ ଅଭିମାନ ।


ପ୍ରଭୁ ଭକତ ଦ୍ଵାରକୁ ଗତ ଯାଇଣ ଭିକ୍ଷା ମାଗି ,

ପୋଷିବି ମୋର ଏଇ ଉଦର ପ୍ରଭୁଙ୍କ ଅନୁରାଗି ।


ପ୍ରଭୁଙ୍କ ଭକ୍ତ ଖୋଜି ଜଗତ ଅନୁସରଣ କରି,

ଶ୍ରୀବୃନ୍ଦାବନ ପରମ ଧାମ ବାସ ହୋଇବ ମୋରି ।


ଦେଖି ସ୍ତ୍ରୀ ଜାତି ନଭ୍ରମୁମତି ମାତୃତ୍ଵ ଭାବ ଆସୁ,

ପ୍ରାଣୀମାନଙ୍କୁ ଦେଖି ମନକୁ ଉପାସ୍ୟ ଭାବ ଆସୁ ।


ଅର୍ଜିତ ଧନ ଜଗତଜନ ଆର୍ଥିକ ଲାଭ ଦେଖି,

ମ୍ଳାନିତ ମନମୁଖ ବଦନ ମନରେ ହେବିସୁଖି ।


ଦାରା ତନୟେ ମନ ଅଥୟେ ନ ହେଉ କେବେ ମୋର ,

ପୀଡ଼ା ଯେ ଦିଏ ଶତ୍ରୁ ସେ ନୁହେଁ ପରମ ବନ୍ଧୁ ମୋର।


ଶ୍ରୀବୃନ୍ଦାବନ ମୋ କର୍ମ ସ୍ଥାନ ରାଧା କୃଷ୍ଣରେମତି,

ଆନନ୍ଦମନେ ଶ୍ରୀବୃନ୍ଦାବନେ ହୋଇବ ମୋରଗତି ।




Rate this content
Log in

Similar oriya poem from Inspirational