STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ବୃକ୍ଷରୋପଣ ହିଁ ମାନବସେବା

ବୃକ୍ଷରୋପଣ ହିଁ ମାନବସେବା

1 min
397

ବିସ୍ଫୋଟିତ ଆଜି ବିଶ୍ୱ ଜନସଂଖ୍ୟା

      ଖୋଜୁଛି ବଞ୍ଚିବା ରାହା,

ସବୁଜ ବନାନୀ ଏବେ ଆଉ ନାହିଁ

     ଶିଳ୍ପ ହୋଇଲାଣି ଠିଆ ।


ସବୁଜ ବଳୟ ଅତି ଆବଶ୍ୟକ

      ଜୀବନ ଧାରଣ ପାଇଁ,

ବାୟୁମଣ୍ଡଳ ଯେ ଦୂଷିତ ହେଉଛି

      ବୃକ୍ଷର ଅଭାବ ହୋଇ ।


ପ୍ରତ୍ୟେକ ମଣିଷ ଗଛ ଲଗାଇବା

     ଅଟେ ନିହାତି ଜରୁରୀ ,

ତାହା ପରୋକ୍ଷରେ ମାନବର ସେବା

     ପୂଣ୍ୟ ନିଶ୍ଚେ ଦେବ ଭରି ।


ପ୍ରତି ଦେଶ ଏବେ ସଚେତନ ହୋଇ

      ସୃଷ୍ଟି କରେ ନୂଆ ବନ,

ଗଛ ଲଗାଇବା ସଭିଙ୍କ କର୍ତ୍ତବ୍ୟ

      ଆଜିର ଏହି ଆହ୍ୱାନ ।


ନିଜ ବଗିଚାରେ ନାନା ଜାତି ଗଛ

      ଲାଗିଲେ ଦିଶିବ ଶୋଭା,

ଆମପାଇଁ ତାହା ଶୁଭଙ୍କର ହେବ

      ପରିବେଶ ହେବ ପ୍ରଭା ।


ଖୋଲା ପ୍ରାନ୍ତରରେ ନୂତନ ଜଙ୍ଗଲ

      ଗ୍ରାମେ ଗ୍ରାମେ ଭରିଦେବା,

ବିଦ୍ୟାଳୟେ ସବୁ ଶିଶୁଙ୍କ ସାଥିରେ

      ବହୁ ଗଛ ଲଗାଇବା ।


ଅମ୍ଳଜାନ ଆମେ ପାଇବା ପ୍ରଚୁର

      ଯାହା ଲୋଡ଼ା ଆମପାଇଁ,

ଜଳବାୟୁ ହେବ ସନ୍ତୁଳିତ ସଦା

       ଜୀବେ ଅନୁକୂଳ ହୋଇ ।     


Rate this content
Log in

Similar oriya poem from Inspirational