STORYMIRROR

pranati Mahapatra

Abstract

2  

pranati Mahapatra

Abstract

ବୃକ୍ଷର ବେଦନା

ବୃକ୍ଷର ବେଦନା

1 min
94

ସୃଷ୍ଟି କର୍ତ୍ତା ଏହି ଧରାଧାମେ କେତେ 

ଜୀବଜନ୍ତୁ ସୃଷ୍ଟି କଲେ,

ମଣିଷ ମାନଙ୍କ ଜୀବନଧାରଣେ

ବୃକ୍ଷ ଲତା ଖଞ୍ଜି ଦେଲେ

ଜୀବନ ଆରମ୍ଭୁ ମଣିଷ ସେବାରେ

ଗଛକୁ ଦେଲେ ପଠାଇ,

ଖାଦ୍ୟ ବସ୍ତ୍ର ବାସଗୃହ ଔଷଧୀୟ

ଗୁଣକୁ ଦେଲେ ଖଞ୍ଜାଇ

ବୃକ୍ଷ ସୁରକ୍ଷା ରେ ମଣିଷ ସୁରକ୍ଷା

ଏ କଥା ମଣିଷ ବୁଝେ,

ସବୁ ବୁଝେ ହେଲେ ଅତିବୁଦ୍ଧି ଯୋଗୁଁ

ଉତ୍ତପ୍ତେ ଆଜି ସେ ସିଝେ

ନିଜ ଖୁସି ପାଇଁ ବୃକ୍ଷ ବଂଶ ନାଶେ

ନିଜ ବିପତ୍ତି କୁ ଡାକେ,

ଋତୁଚକ୍ର ଆଉ ବଦଳୁନି ଏଠି

ମଣିଷ ଔଦ୍ଧତ୍ୟ ପାଖେ

ଫଳୁନି ଧରାରେ ଉତ୍ତମ ଫସଲ

ପଡୁନି ବରଷା ଧାରା,

ଜଙ୍ଗଲ ସମ୍ପଦ ନଷ୍ଟ କରି ରାସ୍ତା

କଂକ୍ରିଟ, ଅଟ୍ଟାଳିକା ପରା

ପ୍ରାକୃତିକ ଔଷଧ ହଜିଲାଣି 

ବିଷାକ୍ତ ଜିନିଷ ଖାଏ,

ବିଚିତ୍ର ରୋଗକୁ ଆମନ୍ତ୍ରଣ କରେ

ମୃତ୍ୟୁ ପାଶେ ଡାକୁଥାଏ

ଜଳଜଳ କରି ସବୁ ଦେଖୁଥାଏ

ବାକଶକ୍ତି ତ ନାହିଁ କିଛି,

ମଣିଷ ବିନାଶ ରୂପ ଦେଖେ ବୃକ୍ଷ

ନିରବେ ଲୋତକ ପୋଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract