STORYMIRROR

Raja Sekhar CH V

Tragedy

4  

Raja Sekhar CH V

Tragedy

ବୃକ୍ଷର ଆତ୍ମକାହାଣୀ

ବୃକ୍ଷର ଆତ୍ମକାହାଣୀ

1 min
459


ପୃଥିବୀରେ ମୁଁ ହେଲି ଜୀବନର ମୁଖ୍ୟ ସ୍ରୋତ,

ମୁଁ ଦେଇଥିବା ଅମ୍ଳଜାନ ଯୋଗୁଁ ଜୀବଜଗତ ଦେଖୁଛନ୍ତି ନୂଆ ପ୍ରଭାତ ।୧।


ମୋତେ ସମସ୍ତେ କୁହନ୍ତି ବୃକ୍ଷ,

ସମସ୍ତଙ୍କୁ ଖାଦ୍ୟ ଦେବାରେ ମୁଁ ଦକ୍ଷ ।୨।


ମୋ ବିନା ଆଗକୁ ଯିବନି ଜୀବନଚକ୍ର,

ତରୁଲତା ହିଁ ଚଳାନ୍ତି ବସୁନ୍ଧରାରେ କାଳଚକ୍ର ।୩।


କେତେ ଯେ ପକ୍ଷୀ କରନ୍ତି ମୋ ଡାଳରେ ନିଜ ବସା,

ମୋର ଡାଳରୁ ମଣିଷ ତିଆରି କରେ ନିଜ ସୁନ୍ଦର ବସା ।୪।


ମାଟିକୁ ବାନ୍ଧି ରଖନ୍ତି ମୋର ଚେର,

ଭୂଗର୍ଭରୁ ଜଳ ନେବା ହେତୁ ହେଲେ ମୋ ପାଇଁ ବର ।୫।


ମଣିଷ ହୋଇଗଲାଣି ବହୁ ସ୍ୱାର୍ଥପର,

ସମସ୍ତ ଜଙ୍ଗଲ ଧ୍ବଂସ କରି ମୋତେ କରିଛି ପର ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy