STORYMIRROR

Dr.Omm Prasad Pradhan

Inspirational

4  

Dr.Omm Prasad Pradhan

Inspirational

ବୃକ୍ଷମେବ ଜୟତେ

ବୃକ୍ଷମେବ ଜୟତେ

1 min
168

 ପରିବେଶ ଆଜି ପ୍ରକୃତିସ୍ଥ ହୁଏ

ଦେଖି ସମାଜର କ୍ରାନ୍ତି

ଭୟଭୀତ ହୁଏ ,ଜଡ ସଡ଼ ହେଇ

ବିକୃତ ବିଜ୍ଞାନ ଭ୍ରାନ୍ତି 

ବିଜ୍ଞାନ ବଢୁଛି ଡାକୋଟା ଗତି ରେ 

ଭାବିଲେ ମାଡ଼ଇ ଡର

ଚାରିଆଡେ ଦେଖ କଂକ୍ରିଟ ଜଙ୍ଗଲ

ପୃଥିବୀ କୁ ଆଜି ଜ୍ୱର

ମାଟି ,ପାଣି ଆଜି ବିଷାକ୍ତ ହେଉଛି

ପବନ ହୁଏ ଜହର

ତୋର ମୋର ନୀତି କାମ କରୁନାହିଁ

ବସୁଧା ରେ ବ଼ଢ଼େ ଭାର

ଜନ ସଂଖ୍ୟା ଏବେ ଜନ ସମୁଦ୍ର ରେ

ପହଞ୍ଚି ଗଲାଣି ଭାଇ

ବଢ଼ିଲାଣି ଏବେ ମୋଟର ଜାନ

ଘରେ ଦୁଇ ଚାରି ହୋଇ  

ସ୍ବଚ୍ଛ ପରିବେଶ ସାତ ସପନ

ମୃତ୍ୟୁ କୁ ଅବୋରେ ଯାଇ 

ପରିବେଶ ପାଇଁ ଚିନ୍ତା ନାହିଁ ତାର

ଟଙ୍କା ପାଇଁ ଚିନ୍ତା ତାର

ଗଛ ଉଜୁଡିଲେ ଟଙ୍କା କି ବାଣ୍ଟିବ

ଅମ୍ଳଜାନ ,ଖାଦ୍ୟ ସାର

ବଢେ ଅଙ୍ଗାରକାମ୍ଳ ର ଭାର

ତାପମାତ୍ରା ଏବେ ପୃଥିବୀ ରେ ଦେଖ

ବଢୁଛି ଥରକୁ ଥର ।

ବର୍ଷା ବଦଳ ରେ ଅମ୍ଳବର୍ଷା ନାମେ

ହୁଏ ବର୍ଷା ବାରମ୍ବାର 

ପ୍ରସ୍ତର କୀର୍ତି କୁ କ୍ଷତି ପହଞ୍ଚାଇ

ବୃକ୍ଷ ଲତା ଛାରଖାର

ମୌସୁମୀ ରେ ଏବେ ବର୍ଷା ହେଉନାହିଁ

ଲଘୁଚାପ ବାରମ୍ବାର

ବର୍ଷା ବଦଳ ରେ ଆକାଶ ରେ ଶୁଭେ

ଘଡଘଡି ଚମତ୍କାର

ଚିନ୍ତା ଏବେ ସଭିଙ୍କର

ବର୍ଷା ନହେଲେ ମରୁଡି ପଡିଲେ

ବଞ୍ଚିବେ କେମିତି ନର

ଚାପରେ ରହୁଛି ନର

ବିଗିଡି ଗଲାଣି ପରିବେଶ ଆଜି

ନିତି ଦିଏ ସମାଚାର

ପ୍ରଚାର କରନ୍ତି ସରକାର

ଜଙ୍ଗଲ ବଞ୍ଚାଅ ,ଜଳକୁ ବଞ୍ଚାଅ

କର ସୀମିତ ବ୍ୟବହାର

ବୃକ୍ଷ ମେବ ଜୟତେ ର ନାରା

ଦିଅ ସର୍ବେ ବାରମ୍ବାର 

ବୃକ୍ଷ ର ଜୟ ହେବ ରେ ନିଶ୍ଚିତ

କୁହେ ବିଜ୍ଞାନୀ ବହୁବାର

ଆଉ ପୁଣି କୁହେ ସରକାର

ମୂର୍ତ୍ତିକା ରେ ଆଉ ବିଷ ଦିଅନାହିଁ

ଦିଅ ଖତ ସାର ପ୍ରଚୁର

ରାସାୟନ ସାର ଯୋଗୁଁ ହିଁ ବଢୁଛି 

ମାରାତ୍ମକ ରୋଗ କ୍ୟାନ୍ସର                         

ଯୌବନା ପୃଥିବୀ ପରିଣତା ଆଜି

ସାହା ତାର କେହି ନାହିଁ

ସମୁଦ୍ର ଫୁଲୁଛି ବରଫ ତରଳି

ବଢେ ତାପମାତ୍ରା ପାଇଁ

ସେଥିପ୍ରତି ଚିନ୍ତା ନାହିଁ

ସୁନାମି ଆସିଲେ କାହିଁକି ଆସିଲା

ପଚାରୁଛ କାହିଁ ପାଇଁ ?

ଜାରଣ ର ଗତି ଅତିବେଗେ ବଢେ                                  

ମଣିଷ ଶରୀର ପାଇଁ

ମଣିଷ ମଣିଷ ନୁହେଁ ସେ ମଣିଷ

ସ୍ୱାର୍ଥପର ସିଏ ହୋଇ

ଜଙ୍ଗଲକୁ ଦେଖ ଯୁଗଳ ବନ୍ଦିରେ

ନିଇତି କାଟୁଛି ଯାଇ

କଥା ନୀତି ଅନୀତିର ନାହିଁ

ଆବଶ୍ୟକ ବେଳେ ଶିର ଛେଦ ହୁଏ

ଇଏ କି କଥା ହୋଇ   .......

ପରିବେଶ ଯଦି ବିପର୍ଯ୍ୟସ୍ତ ହୁଏ

ପ୍ରାଣୀ କି ବଞ୍ଚିବ ଭାଇ

ପରିବେଶ ନେଇ ପ୍ରାଣୀକୂଳ ବଞ୍ଚେ

ଅସ୍ବୀକାର କର ନାହିଁ 

ଯଦି ପରିବେଶ ନ ରୁହେ ଭାଇ

ଆମର ଅସ୍ତିତ୍ୱ କାହିଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational