Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
328



ବୃକ୍ଷ ରୋପଣର ସମୟ ଆସିଛି 

    ହେୟ କର ନାହିଁ କେହି

ବୃକ୍ଷ ରୋପଣରେ ସବୁଜ ଶ୍ୟାମାଳେ

    ହସୁ ଥିବ ଏହି ମହୀ ।


ବୃକ୍ଷକୁ ରୋପଣ କରିଲେ ମିଳିବ

     ବିଶୁଦ୍ଧ ବାୟୁ ଆମକୁ

ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ଶୋଷି

    ଦେବ ସେ ଅମ୍ଳଜାନକୁ ।


ବୃକ୍ଷର ରୋପଣ ଫଳରେ ଝରିବ

   ଆକାଶୁ ବରଷା ଧାରା

ସବୁଜ ଶ୍ୟାମଳେ ହସିବ ଧରଣୀ

   ଜଳମଗ୍ନ ହେବ ଧରା ।


ଜଳମଗ୍ନ ହେଲେ ମରୁଡି ହଟିବ

   ଲୋକେ ପାଇବେନି କଷ୍ଟ 

ଜୀବଜନ୍ତୁ ସର୍ବେ ହେବେ ଆନନ୍ଦିତ

   ଜୀବନ ହେବନି ନଷ୍ଟ ।


ଏଇ ବୃକ୍ଷ ଅଟେ ଆମର ତ ବନ୍ଧୁ 

   ଆମରି ପରାଣ ମିତ

ତାହା ଫୁଲ ,ଫଳ ତରୁର ଛାୟାରେ

    କେତେ ଜୀବ ଯେ ଆଶ୍ରିତ ।


ଗଛ ଠାରୁ ବଡ ଉପକାରୀ ବନ୍ଧୁ 

   କଗତେ ମିଳିବ ନାହିଁ 

ମଣିଷଙ୍କ ପରି ନୁହେଁ ସ୍ବାର୍ଥବାଦୀ

    ସ୍ବାର୍ଥ ଥିଲେ ଥାଏ ରହି ।


ବୃକ୍ଷଟି କେବେ ଯଦି ଫୁଲ ଅବା ଫଳ

   କେବେବି ସେ ଦିଏ ନାହିଁ 

ଦେଖିଛକି କେବେ ତାହାର ଛାୟାରୁ

    ବଞ୍ଚିତ କରିଛି ସେହି ।


ତାକୁ ହାଣି ଏଇ ମାନବ ଜାତିଟି

   ବୋଲାଉଛି ଶ୍ରେଷ୍ଠ ଜୀବ

ହେଲେ ସେ ଜାଣି କି ଅଜଣା ହେଉଛି

   ବୃକ୍ଷଟି ଆମ ମୂଲକ ।


ଗୋଟିଏ ସୁପୁତ୍ର ଜନ୍ମ ଦେବ ଅଟେ

   ଜୀବନରେ ପୂଣ୍ୟ ତାର 

ଗୋଟିଏ ବୃକ୍ଷର ରୋପଣ ଫଳରେ

   ପୂଣ୍ୟ ତା ମିଳେ ଅପାର ।


ବୃକ୍ଷର ଦେବତା ସମସ୍ତେ କୁହନ୍ତି 

    ବୃକ୍ଷକୁ ପୂଜା କରନ୍ତି 

ଏଇ ବୃକ୍ଷ ପାଇଁ ସକଳ ରିଷ୍ଟରୁ

    ନିମିଷେ ରକ୍ଷା ପାଆନ୍ତି ।


ବୃକ୍ଷ ବିନା ନାହିଁ ମାନବର ଗତି

    ବୃକ୍ଷ ହିଁ ଜୀବନ ଆମ

ବୃକ୍ଷଟିକୁ ରୋପି ସେବା ଯତ୍ନ କରି 

    କରିବା ଭକ୍ତି ପ୍ରଣାମ ।


ବୃକ୍ଷ ଆଶୀର୍ବାଦ ହସିବ ଜୀବନ

    ସାର୍ଥକ ମଣିଷ ହୁଏ

ସେଥିପାଇଁ ଯୁଗ ଯୁଗ ପାଇଁ ବୃକ୍ଷ 

   ଦେବତାର ଆଖ୍ୟା ପାଏ ।


Rate this content
Log in

Similar oriya poem from Abstract