ବୃକ୍ଷ ରୋପଣ
ବୃକ୍ଷ ରୋପଣ
ସବୁଜ ବଳୟ ହୋଇବ
କଲେ ବୃକ୍ଷ ରୋପଣ ।
ସୁରକ୍ଷିତ ଆମେ ରହିବା
ବୃକ୍ଷ ଆମ ଜୀବନ ।
ବୃକ୍ଷ ଅମ୍ଳଜାନ ଦିଅଇ
ଶୋଷି ଅଙ୍ଗାରକାମ୍ଳ ।
ସନ୍ତୁଳନ ରଖେ ଧରାର
ଦିଏ ସୁରକ୍ଷା ବଳ ।
ସହର କଳ କାରଖାନା
ଗଢି ଗଛ କାଟିଲେ ।
ଗଛର ସୁରକ୍ଷା ନକରି
ଆମେ ତାକୁ ନାଶିଲେ ।
ନଦୀ ତଟରେ ବୃକ୍ଷ ରୋପ
ବନ୍ଧ ଦୃଢ ହୋଇବ ।
ରାସ୍ତା ପାର୍ଶ୍ବରେ ବୃକ୍ଷ ରୋପ
ଶୀତଛାୟା ମିଳିବ ।
ଅବ୍ୟବହୃତ ଜାଗା ଯହିଁ
ତହିଁ ବୃକ୍ଷ ରୋପଣ ।
କରିବା ସହଜ ସୁନ୍ଦର
ହେବ ଆମ ଜୀବନ ।
ବନୀକରଣ ବି ହୋଇବ
କଲେ ବୃକ୍ଷ ରୋପଣ ।
ବରଷା ଦିନରେ କରିବା
ଆମେ ବୃକ୍ଷ ରୋପଣ ।
ସହଜରେ ଗଛ ବଞ୍ଚିବ
ଜଳ ଦାନ କରିବା ।
ଯତନ କରି ଗଛ ସବୁ
ଆମେ ବଞ୍ଚାଇ ଦେବା ।
ନିଜେ ବୃକ୍ଷ ରୋପି ଆନକୁ
ପ୍ରରୋଚିତ କରିବା ।
ସଭା ସମିତିରେ ବୃକ୍ଷ ଏକ
ଉପହାର ଦେବା ।
ବୃକ୍ଷ ଉପକାରୀ ଆମର
ବନ୍ଧୁ ତା ପରି ନାହିଁ ।
ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ସେବେ ଆମକୁ ସେହି ।
ଆସ ମୋର ଭାଇ ଭଉଣୀ
ଆମେ କରିବା ପଣ ।
ବୃକ୍ଷବନ୍ଧୁ ଆମେ ସାଜିବା
କରି ବୃକ୍ଷ ରୋପଣ ।
