ବୃକ୍ଷ ଲତା ଅଟେ ଆମ ଜୀବନ
ବୃକ୍ଷ ଲତା ଅଟେ ଆମ ଜୀବନ
ପୃଥିବୀ ପୃଷ୍ଠ ରେ ବଞ୍ଚିବାକୁ ଜାଣ
ବୃକ୍ଷ ଲତା ଅଟେ ମହତ ଦାନ
ପ୍ରତି ଜୀବ ଜନ୍ତୁ ପାଇଁ ଲୋଡା
ହୁଏ ଯେତେ ଅମ୍ଳଜାନ
ଅଙ୍ଗାରକାମ୍ଳ ସବୁ ଶୋଷି ନିଅଇ ଗଛ
ବାୟୁ ମଣ୍ଡଳକୁ କରି ଥାଏ ସେ ସ୍ୱଚ୍ଛ ।।
ଖାଦ୍ୟ ଖାଦକର ସମ୍ପର୍କ ଦୃଢ଼
ଜଳ ସୂର୍ଯ୍ୟକିରଣରେ ବୃକ୍ଷ ହୁଅଇ ବଡ଼
ଭୂମି ତଳ ଜଳାଧାର କରଇ ବୃଦ୍ଧି
ମୂର୍ତ୍ତିକା କ୍ଷୟକୁ ରୋକି
ସୁନ୍ଦର ସବୁଜିମାରେ
ପ୍ରକୃତି ମାତାର ବଢାନ୍ତି ସୁଖ ସମୃଦ୍ଧି ।।
ଅସଂଖ୍ୟ ମାତ୍ରା ରେ ଗଛ ଦେଲେ ଲଗାଇ
ବିଶ୍ଵ ଉଷ୍ମତା ଚିନ୍ତାକୁ ହେବ କମାଇ
ରହିବନି ଜଳ କଷ୍ଟ , ଜୀବ ଜନ୍ତୁ ହାହାକାର
ଧରଣୀ ରାଣୀ ହେବ ଶସ୍ୟ ଶ୍ୟାମଳ
ହଜି ଯିବ ଭୂପୃଷ୍ଠରୁ କ୍ଷୁଧା ର ଜ୍ଵାଳା ।।
ଫଳ ପୁଷ୍ପ ସହ ବୃକ୍ଷ ପ୍ରତ୍ୟେକ ଅଂଶ
ମହତ କାର୍ଯ୍ୟରେ ସଦା ଲାଗେ ବିଶେଷ
ମାନବର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତେ
ଉପକାର କରେ ବୃକ୍ଷ ଜୀବନ ଅନ୍ତେ ।।
ନିଜ ଦାୟିତ୍ୱ ମଣି ସଭିଏଁ
କରିବା ଅଧିକ ବୃକ୍ଷ ରୋପଣ
ସୁରକ୍ଷିତ ହେବ ମାନବ ସଭ୍ୟତା
ହୋଇବ ବିଶ୍ଵର ଜନ କଲ୍ୟାଣ ।।
