STORYMIRROR

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ବୃକ୍ଷ ଲତା ଅଟେ ଆମ ଜୀବନ

ବୃକ୍ଷ ଲତା ଅଟେ ଆମ ଜୀବନ

1 min
213


ପୃଥିବୀ ପୃଷ୍ଠ ରେ ବଞ୍ଚିବାକୁ ଜାଣ

ବୃକ୍ଷ ଲତା ଅଟେ ମହତ ଦାନ

ପ୍ରତି ଜୀବ ଜନ୍ତୁ ପାଇଁ ଲୋଡା

ହୁଏ ଯେତେ ଅମ୍ଳଜାନ

ଅଙ୍ଗାରକାମ୍ଳ ସବୁ ଶୋଷି ନିଅଇ ଗଛ

ବାୟୁ ମଣ୍ଡଳକୁ କରି ଥାଏ ସେ ସ୍ୱଚ୍ଛ ।।


ଖାଦ୍ୟ ଖାଦକର ସମ୍ପର୍କ ଦୃଢ଼

ଜଳ ସୂର୍ଯ୍ୟକିରଣରେ ବୃକ୍ଷ ହୁଅଇ ବଡ଼

ଭୂମି ତଳ ଜଳାଧାର କରଇ ବୃଦ୍ଧି

ମୂର୍ତ୍ତିକା କ୍ଷୟକୁ ରୋକି 

ସୁନ୍ଦର ସବୁଜିମାରେ 

ପ୍ରକୃତି ମାତାର ବଢାନ୍ତି ସୁଖ ସମୃଦ୍ଧି ।।


ଅସଂଖ୍ୟ ମାତ୍ରା ରେ ଗଛ ଦେଲେ ଲଗାଇ

ବିଶ୍ଵ ଉଷ୍ମତା ଚିନ୍ତାକୁ ହେବ କମାଇ

ରହିବନି ଜଳ କଷ୍ଟ , ଜୀବ ଜନ୍ତୁ ହାହାକାର

ଧରଣୀ ରାଣୀ ହେବ ଶସ୍ୟ ଶ୍ୟାମଳ

ହଜି ଯିବ ଭୂପୃଷ୍ଠରୁ କ୍ଷୁଧା ର ଜ୍ଵାଳା ।।


ଫଳ ପୁଷ୍ପ ସହ ବୃକ୍ଷ ପ୍ରତ୍ୟେକ ଅଂଶ

ମହତ କାର୍ଯ୍ୟରେ ସଦା ଲାଗେ ବିଶେଷ

ମାନବର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତେ

ଉପକାର କରେ ବୃକ୍ଷ ଜୀବନ ଅନ୍ତେ ।।


ନିଜ ଦାୟିତ୍ୱ ମଣି ସଭିଏଁ 

କରିବା ଅଧିକ ବୃକ୍ଷ ରୋପଣ

ସୁରକ୍ଷିତ ହେବ ମାନବ ସଭ୍ୟତା

ହୋଇବ ବିଶ୍ଵର ଜନ କଲ୍ୟାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action