ବର୍ଜ୍ୟସିକ୍ତ—@shok
ବର୍ଜ୍ୟସିକ୍ତ—@shok
ଚତୁର୍ଦ୍ଦିଗ ପୂତିଗନ୍ଧମୟ,
ଜନ ଜୀବନ ଅସ୍ତବ୍ୟସ୍ତ
ପୃଥିବୀ କାନ୍ଦୁଛି ଅସହାୟ ଅବସ୍ଥାରେ
ଶ୍ରୀହୀନ ହୋଇ ପଡିଛି ତାର ଅସହାୟ କୋଳ
ବନ, ଜନ, ପଥ ନିର୍ଜନ ଶୂନଶାନ
କଙ୍କ୍ରିଟ୍ରର ଇମାରତ ଆଉ ପ୍ଲାଷ୍ଟିକର ସୃଷ୍ଟି,
ଅହମିକାର ଖିଆଲରେ
ମନୁଷ୍ୟ କରିଛି ଧ୍ୱସ୍ତ ବିଧ୍ୱସ୍ତ ;
ପ୍ରକୃତି ଦାଉ ସାଧିଛି
ବଞ୍ଚିବା ବଢିବା ବି ମୁସ୍କିଲ୍
&n
bsp; ବିଧିର ତାଡ଼ନାରେ,
ଆଉ ପ୍ରକୃତିର ପ୍ରବଞ୍ଚନାରେ l
ଆଉ, ଏବେଠାରୁ
ସଚେତନ ନହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ
ସାବଧାନ ଶଇତାନର କ୍ରୁରତା,
ହାତଠାରି ଡାକୁଛି
ବଦଳାଇ ଦିଅ ଚିନ୍ତା ବଦଳି ଯିବ ଦୁନିଆ
ଜିତିବା ଆମେ,
ହାରିବ ମୃତ୍ୟୁର ବିଭୀଷିକା ll