ବ୍ରହ୍ମକୀଳା
ବ୍ରହ୍ମକୀଳା
—— *ଅଧ୍ୟାୟ* ୧—
ମାତୄଭାଷାର କେବେ ଉଦ୍ଧାର
ହେବ କି ତୁମର ହାତେ?
ମଞ୍ଚରେ ଥାଇ ଦେଖାଇଲ ଭାଇ
ତୁମ ଦକ୍ଷତା କେତେ !୧॥
ଆଗେ କହୁଥିଲ କବି କି ବିଶାଳ,
ଦ୍ୱିଡୀୟ ଈଶ୍ୱର ବୋଲି,
କହୁଛ ଏଥର , "ଈଶ୍ୱରଙ୍କର
ପିତା ସିଏ," ମୁହଁ ଖୋଲି ।୨॥
ଆହୁରି କହୁଛ, "ଯେ ଯାହା ଲେଖୁଛ
ଭୁଲ ସେଠି କିଛି ନାହିଁ,
କି ବା ଯାଏ ଆସେ ଲେଖିଲେ କିଏସେ
ହ୍ରସ୍ୱ ଇ କିବା ଦୀର୍ଘ ଈ ।୩॥
ହ୍ରସ୍ୱ ଉ ଦୀର୍ଘ ଊ ଯେ ଯାହା ଲଗାଉ
ଭୁଲ ସେଟା କେବେ ନୁହଁ,
ଦନ୍ତ୍ୟ ସ, ମୂର୍ଦ୍ଧନ୍ୟ ଅଥବା ତାଲବ୍ୟ
ଯା'ଇଚ୍ଛା ତା ଲେଖ" କୁହ ।୪॥
—— *ଅଧ୍ୟାୟ* ୨——
କରିଛ କି ଥରେ ଇଂରାଜୀ ଲେଖାରେ
ଏହି ପରି ଭ୍ରଷ୍ଚାଚାର ?
ଏସ ଓ ଏସଏଇଚ୍ ସି ସିଇ ସିଏଇଚ୍
ସବୁ କରି ଏକାକାର ?୫॥
ଅନ୍ୟର ଭାଷାକୁ ପଙ୍ଗୁ କରିବାକୁ
ସାହସ ତିଳେ ନଥିଲା;
ଆଇଛ ଏଠିକି ମାତୄଭାଷାଟିକି
ମାରିବାକୁ ବ୍ରହ୍ମକୀଳା ?୬॥
*କହ କୁଳାଙ୍ଗାର କହ*
*ତୁମ ପରେ ଲୋଡା ବିଲାତି ଫୋପଡା,*
*ଅବା ମାଡ ଅହରହ?*
ଲଲାଟେନ୍ଦୁ କବି
୨୦୧୮୦୫୨୧୦୮୩୫*