STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ବୋଉ 

ବୋଉ 

1 min
273

ବୋଉ 
,,,,,,,,,,,,
ବୋଉ ବିଶ୍ୱାସରେ ବୋଉ ନିଶ୍ୱାସରେ 
ବୋଉର ବିଶାଳତା ମାପିବାକୁ ମୁଁ କିଏ 
ପଡିଗଲେ ଥରେ ବୋଉ ଡାକ ବାହାରେ
 ସୁଖଦୁଃଖର ସାଥି ସହୋଦର ଏକା ମା'ଟିଏ 
ବୋଉ ଭାଗିଦାର ଆଉ କେହି ନୁହେଁ 
ବୋଉର ଓଢଣା ତଳେ କେତେ ଭାଷା ଭାବାନ୍ତର 
ଜାଣିବାକୁ ବୁଝିବାକୁ ଚେଷ୍ଟା କରୁଛି କିଏ 
ବୋଉ ତ ନାଇଟିଙ୍ଗେଲ ଶ୍ରେଷ୍ଠ ନର୍ସ 
ପରିବାରର ପରିପୂରକ ତା ପରି କିଏ 
ସୂର୍ଯ୍ୟ ଚନ୍ଦ୍ରଙ୍କୁ ତୋଳି ପାରିଜାତକୁ କରି ମାଳି 
ଧାନମାଳି ବେକରେ ପକାଇଦିଏ ଯିଏ 
ଯୁଦ୍ଧକରେ ପ୍ରତିମୁହୂର୍ତ୍ତରେ ମମତା ଅସ୍ତ୍ରେ ସିଏ 
ତାଠାରୁ ବଡ଼ ବଇଦ ତା ପିଲାଙ୍କର କିଏ 
ତା କାନି ପଣତରେ ଥରେ ମୁଁହଁ ପୋଛି ଦେଖ 
ବାସୁଥିବ ଉଷୁନା ଚାଉଳ ଗଜା ହେବା ଯାଏଁ 
ଏମିତି କିଛି ନାହିଁ ଅସମ୍ଭବ ତା ଦ୍ୱାରା ନାହିଁ ହୁଏ 
ବାପାଙ୍କୁକରି ଢାଲ ବଜାଏ ସନ୍ତାନ ଢୋଲ ମରିବା ଯାଏଁ 
କିଏ ବୁଝିଛି ଅନ୍ତର ବେଦନା ତାର ହାୟ 
ସମସ୍ତେ  ଓଳିଆରୁ ପଡି ଗଜା ମାଆ ପାଇଁ ନୁହେଁ 
ତାକୁ ପଚାରେ ବା ନାଚାର ଆଜିକାଲି କିଏ 
ଅଭିଜ୍ଞତା ଛତାରେ କରିଥିବା ଛାତରେ 
ଆଜିକାଲି ସେ ନିଜେ ରହେ ଖାଏ ପିଏ ଶୁଏ 
ପାଟିଫିଟାଇଲେ ମହାଭାରତ ତେଣୁ ମାନମହତ
ଜଗି ରଖି ଚଳେ ବୋଲି ଏକଦମ ଏକୁଟିଆ ସିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract