STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ବୋଉ

ବୋଉ

1 min
170


ବୋଉଶବ୍ଦ ଟି ମୋ 

ପାଇଁ କଣ କେମିତି ବୁଝେଇବି ?

ବୋଉ ମୋ ପାଇଁ ରାମାୟଣର ସୀତା

ଲକ୍ଷ୍ମୀ ପୁରାଣ ରେ 

ଲକ୍ଷ୍ମୀ ପ୍ରତିମା

ବୋଉଙ୍କ ହାତ ରନ୍ଧା

ତା ଆଗେ ଫିକା 

ହୋଟଲ ର ଖାଇବା

କଳମ ଶାଗ ଖରଡ଼ା 

ଛୁଇଁ ବେସର 

ଚିତ୍ତଉ ସବୁ ଲାଗୁଥିଲା ଭାରି ଭଲ।

ସବୁବେଳେ ହସ ହସ ମୁହଁ

ନାଁ ଟି ଶାନ୍ତି ତାଙ୍କର 

କୌଣସି ଦେବୀ ପରି

ସବୁବେଳେ ମୋ ଉପରେ 

ଆଶୀର୍ବାଦ ହାତ ଥାଏ

ତେଣୁ ସବୁବେଳେ ମୋ ମନରେ

ଥାଏ ଦମ୍ଭ ।

ଝିଅ ବୋଲି କେବେ ବି ମତେ

ଅଲୋଡା କରିନ

ସବୁବେଳେ ମୋ ସହ ତୁମେ

ହୋଇଛ ଠିଆ

ସ୍କୁଲ ଚାକିରୀ ସହ 

ପିଲାଙ୍କ ପାଇଁ ନତିଅଣ ଛ ଭଜା

ତୁମେ ରାନ୍ଧି ଦେଉଥିଲ ବାଢି

ମୋ ବାହାଘର ବେଳେ

ତୁମେ ଝରଣା ପରି ଲୁହ ଝରାଇଥିଲ

ମୋ କଲିଜାକୁ ଛାଡି କେମିତି ରହିବି।

ମୋ ବୋଉର କୋଳ 

ମୋ ପାଇଁ କାଶୀ ବୃନ୍ଦାବନ

ତା ପଣତ 

ମୋ ପାଇଁ ସ୍ନେହ ରୁମlଲ ।

ମୁଁ ଯାହା ହେଇଛି ବୋଉ ତୁମ

ଆଶୀର୍ବାଦ ରୁ 

ବୋଉ ତୁମକୁ ପୟରରେ

ମାନୁର କୋଟି କୋଟି  ପ୍ରଣତି

ମତେ ଯେତେ ଜନ୍ମ ମିଳୁ 

ତୁମ କୋଳ ବୋଉ

ମିଳୁ ଆଶୀର୍ବାଦ ର ହାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational