STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ବୋଉ

ବୋଉ

1 min
189


ଯେତେବେଳେ ସୁଶୀତଳ ଥଣ୍ଡା ପବନ 

ମତେ ଛୁଇଁଯାଏ ତୁମ ସ୍ନେହ ମନେପଡେ ବୋଉ

ଝିପିଝିପି ବର୍ଷl ଝରିଲେ

ଆଖିରୁ ଲୁହ ଝରିଲେ

ତୁମ କଥା ମନେପଡେ ବୋଉ

ଏ ସଂସାର ବୋଝ ପରି ଲାଗିଲେ

ତୁମ କଥା ଭାରି ମନେପଡେ ବୋଉ

ଏ ଜୀବନ ଏକ ସଂଗ୍ରାମ 

ଆମେ ଜୟ କରିବୁ ତାର ପ୍ରତିଟି ରଣ

ଏମିତି କେତେ ତୁମ ମନରେ ସାଇତା ବୋଉ

ଆମ୍ବ ଆଚାର ,ଲେମ୍ବୁ ଆଚାର ଖାଇ 

ହାତ ଚାଟିଲା ବେଳେ

ତୁମ କଥା ଭାରି ମନେପଡେ ବୋଉ 

ମଦର ଟେରେସାଙ୍କ ତ୍ୟାଗ ମମତା କଥା ମନେପଡିଲେ

ମୋ ଦେହ ଖରାପ ସମୟରେ

ତୁମ ନରମ ଓଦା ହାତର ସ୍ପର୍ଶ ଭାରି ମନେପଡେ ବୋଉ

କେଜାଣି ଦେବତା ଦେବୀ ସଂସାର ଅଛନ୍ତି କି ନା

ଦେଖିନି କେବେ

ମୋ ମନ ମନ୍ଦିରରେ ମୁଁ ଗୋଟିଏ ଦେବୀ ଫଟୋ ରଖିଛି ବୋଉ

ଧୂପରେ ମହକ ଥିଲା ପରି 

ତୁମେ ମୋ ଚେତନାରେ

ତୁମ ମୋ ଚେତନାରେ ସଦା ଲୁଚିରହିଥିବ ବୋଉ

ତୁମ ବିଷୟରେ କବିତାଟିଏ ଲେଖିବା ପାଇଁ 

ଭଲ ଶବ୍ଦଟିଏ ମିଳେନା ଶବ୍ଦଟିଏ ମିଳେନି

ଶବ୍ଦମାନେ ଯାଆନ୍ତି ତାଙ୍କ ବାଟରେ

ତୁମେ ଯେ ମୋ ପାଇଁ 

ସବୁ ଶବ୍ଦ ଠାରୁ ଉର୍ଦ୍ଧ୍ୱରେ

ଏ ଦେହ ଏ ମନ ଉପରେ ତୁମର ଅଛି ଅଶେଷ ଅଧିକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational