STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ବୋଉ ହାତ ରନ୍ଧା

ବୋଉ ହାତ ରନ୍ଧା

1 min
344

ବୋଉ ହାତ ରନ୍ଧା ଅମୃତ ସମାନ

ସେ ବାଇଗଣ ପୋଡା ପାଗ ହେଉ

କି ଜହ୍ନି ରାଇ ସିମ୍ବ ରାଇ ହେଉ

କି ପିତା ଶାଗ ଭଜା

କି ସୁନୁ ସୁନିଆ ଶାଗ

ସେ ଯାହା କିଛି ହେଉ

ଖାଲି ସେ ହାତର ପରଶରେ

ସବୁ ଖାଇବା ଅମୃତ ମଣୋହି ବନି ଯାଏ

ବୋଉ ହାତ ରନ୍ଧା ଏବେ ସରଗର ଚାନ୍ଦ ପରି

ଏବେ ମନ ଖୋଜୁଛି ସେ ହାତର ପିଠା ସବୁକୁ

ଏବେ ମନ ଖୋଜୁଛି ସେ ପୁରୁଣା ଦିନକୁ

ଅପେକ୍ଷା କରିଥିବା ସେ ସମୟ ମାନଙ୍କୁ

କେବେ ଆରିସା ଛଣା ହେବ

କେବେ ଏଣ୍ଡୁରି ପିଠାର ଅଥାର ଉଠିବ

ବାପା କେବେ ପୂଜା ସାରିବେ 

ଆଉ ସେ ସବୁ ମୋ ପୂଜାରେ ଲାଗିବ

ହେଲେ ସେ ପୁରୁଣା ସ୍ମୃତି ଗୁଡାକ

ଅଡୁଆ ସୂତା ପରି ଗୁଡେଇ ହେଉଛି

ଆଉ ଏ ସମୟ 

ମୋତେ ବି କାହାର ବୋଉ ବନେଇ ଦେଇଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract