STORYMIRROR

Samar Ballav Bhoi

Abstract Tragedy Action

3  

Samar Ballav Bhoi

Abstract Tragedy Action

ବୋଝ

ବୋଝ

1 min
221



ଜନ୍ମରୁ ମରଣ ମଣିଷ ପାଖରେ

ପ୍ରତିଟି ସ୍ଥଳରେ କର୍ତ୍ତବ୍ୟର ବୋଝ

ରହିଥାଏ କାଳେ କାଳେ

ସନ୍ତାନ ପାଇଁ କି ମା'ର କର୍ତ୍ତବ୍ୟ 

ଯୁଗେ ଯୁଗେ ରହିଛି ଧରା ବନ୍ଧା

ମା'ର କର୍ତ୍ତବ୍ୟ ସନ୍ତାନ ପାଇଁ କି

ହୋଇଥାଏ ବୋଝ ବୟସର 

ସଞ୍ଜ ଆସିବା ବେଳେ।।


ପରିବାର ବୋଝ ଅତ୍ୟନ୍ତ କଷ୍ଟ    

ପ୍ରତିଦିନ ଲାଗେ ଅଡ଼ୁଆ

ସଯତନେ ଯିଏ ଯାହାବି କରଇ    

ଲାଗେ ସତେ ଭାରି ଅଳିଆ

ଲୋଭ ମୋହମାୟା ଭରା ଏ ଦୁନିଆଁ    

ଲାଗେ ନାହିଁ କିଏ ଆପଣା।।


ନେତା ନାଗରିକ ସଭିଏଁ ଦେଶ ମା'ର

ହୃଦୟ ବିଦାରି ଘାଇଲା କରନ୍ତି

ସ୍ବାର୍ଥ ଅଭିଳାଷେ କ୍ଷତାକ୍ତ କରନ୍ତି

ଦାୟିତ୍ଵବୋଧ କୁ ବୋଝ ବୋଲି 

ଭାବି ଅକର୍ମେ ସେ ସମୟ ବାଣ୍ଟନ୍ତି

ଅନୀତି ଦୁର୍ନୀତି ସାଥେ ବାନ୍ଧନ୍ତି ମିତ

ଭବିଷ୍ୟତ କଥା ଭୁଲି ଯାଆନ୍ତି।।

 

ପରିବାର ଦୁଃଖ କହିଲେ ନସରେ

ଜାଣି ଶୁଣି ସବୁ ଦିଅନ୍ତି ଯାତନା

ବାରମାସେ ତେର ପରବ କରିଣ   

ମନାସି ଥାଆନ୍ତି ସନ୍ତାନ

ଭବିଷ୍ୟତ ତାଙ୍କ ଗଢ଼ିବା ନିମନ୍ତେ   

ଦୁଃଖକଷ୍ଟ ସହି କାଟନ୍ତି ଜୀବନ 

ଭରଣ ପୋଷଣ ଶିକ୍ଷାଦୀକ୍ଷା ଦେଇ  ରୋଜଗାରକ୍ଷମ କରାନ୍ତି

ବିବାହ ବନ୍ଧନେ ବାନ୍ଧିଦେଲାପରେ    

ସମ୍ପର୍କ ର ସେତୁ ଭାଙ୍ଗନ୍ତି   

ନିଜ ସ୍ବାର୍ଥକୁ ଅଗ୍ରାଧିକାର କରି

ବାପା ମା'ଙ୍କ ସେବା ଶୁଶ୍ରୁଷା କୁ 

ଦାୟିତ୍ଵବୋଧ ନ ଭାବି 

ବୋଝ ବୋଲି ପ୍ରକାଶ କରନ୍ତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract