ବୋଝ
ବୋଝ
ଝିଅଟିଏ
ବିବାହର ବୟସ ହେଲାଣି
ତଥାପି ମୁଁ ଅଲୋଡା ଅଖୋଜା
ଦାରିଦ୍ର୍ୟର କଷାଘାତ ତଳେ
କଲବଲ ହେଉଛି ମୋ
ଉଛୁଳା ଯୌବନ
ରୁଗ୍ଣ ବାପା ଭାଇଭଉଣୀ ତ
ବର୍ତ୍ତମାନ ପରିବାର ବୋଝ
ମୁଣ୍ଡେଇ ନେଇଛି ବୋଲି
ସାଜିଛି ମୁଁ ଅଟୋବାଲି ଦୁନିଆ ଦାଣ୍ଡରେ
ସମାଜର କଟାକ୍ଷକୁ ପ୍ରତ୍ୟାଖ୍ୟାନ କରି
ଚଳାଉଛି ନିଜେ ନିଜ ପରିବାର ମୁହିଁ
ଦୁଃଖର ବୋଝକୁ ମୁଣ୍ଡେ ମୁଣ୍ଡେଇ ମୁଣ୍ଡେଇ
ଜଳାଞ୍ଜଳି ଦେଇ ସୁଖ ସବୁ
ଲଢେଇ କରୁଛି ନିଜେ
ଏଇ ପୁରୁଷ କୈନ୍ଦ୍ରିକ ସମାଜ ସାଥିରେ
ପଛାଉନି ହଳ କରିବାକୁ ,
ପଛାଉନି ହାଟେ ବସିବାକୁ
ଆପଣେଇ କର୍ମକୁ ନିଜର
ଭିଡିଛି ମୁଁ ନିଜେ ନିଜ ଅଣ୍ଟା
ଦେଖାଇବି ଦୁନିଆରେ
କମ୍ ନୁହେଁ ଝିଅଟିଏ ମଧ୍ୟ
ଆବଶ୍ୟକ ହେଲେ
ବାପାଙ୍କ ଶବକୁ
ନେଇଯିବି କାନ୍ଧେ ମୋର ଗାଁ ମଶାଣିକୁ
ଦେଖି ସର୍ବେ ହୋଇବେ ଚକିତ
ବାଃ ବାଃ କରିବେ ସମସ୍ତେ
କିଛି ବୁଦ୍ଧିଜୀବୀ ସାବାସ କରି କହିବେ
ଝିଅ ସିନା
ଉଠାଇଲା ପରିବାର ବୋଝ ।