STORYMIRROR

Rajendra Bishoyi

Inspirational

3  

Rajendra Bishoyi

Inspirational

ବୋଝ

ବୋଝ

1 min
282

ଝିଅଟିଏ

ବିବାହର ବୟସ ହେଲାଣି 

ତଥାପି ମୁଁ ଅଲୋଡା ଅଖୋଜା 

ଦାରିଦ୍ର୍ୟର କଷାଘାତ ତଳେ 

କଲବଲ ହେଉଛି ମୋ 

ଉଛୁଳା ଯୌବନ

 ରୁଗ୍ଣ ବାପା ଭାଇଭଉଣୀ ତ 

ବର୍ତ୍ତମାନ ପରିବାର ବୋଝ

ମୁଣ୍ଡେଇ ନେଇଛି ବୋଲି

ସାଜିଛି ମୁଁ ଅଟୋବାଲି ଦୁନିଆ ଦାଣ୍ଡରେ

ସମାଜର କଟାକ୍ଷକୁ ପ୍ରତ୍ୟାଖ୍ୟାନ କରି

 ଚଳାଉଛି ନିଜେ ନିଜ ପରିବାର ମୁହିଁ

 ଦୁଃଖର ବୋଝକୁ ମୁଣ୍ଡେ ମୁଣ୍ଡେଇ ମୁଣ୍ଡେଇ

ଜଳାଞ୍ଜଳି ଦେଇ ସୁଖ ସବୁ

 ଲଢେଇ କରୁଛି ନିଜେ

ଏଇ ପୁରୁଷ କୈନ୍ଦ୍ରିକ ସମାଜ ସାଥିରେ 

ପଛାଉନି ହଳ କରିବାକୁ ,

ପଛାଉନି ହାଟେ ବସିବାକୁ 

ଆପଣେଇ କର୍ମକୁ ନିଜର

 ଭିଡିଛି ମୁଁ ନିଜେ ନିଜ ଅଣ୍ଟା 

ଦେଖାଇବି ଦୁନିଆରେ

କମ୍ ନୁହେଁ ଝିଅଟିଏ ମଧ୍ୟ 

ଆବଶ୍ୟକ ହେଲେ 

ବାପାଙ୍କ ଶବକୁ

 ନେଇଯିବି କାନ୍ଧେ ମୋର ଗାଁ ମଶାଣିକୁ

 ଦେଖି ସର୍ବେ ହୋଇବେ ଚକିତ

 ବାଃ ବାଃ କରିବେ ସମସ୍ତେ

କିଛି ବୁଦ୍ଧିଜୀବୀ ସାବାସ କରି କହିବେ

 ଝିଅ ସିନା 

ଉଠାଇଲା ପରିବାର ବୋଝ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Inspirational