STORYMIRROR

Bharatabandhu Biswal

Tragedy Fantasy Inspirational

4  

Bharatabandhu Biswal

Tragedy Fantasy Inspirational

ବନ୍ୟା ଯେବେ ଆସେ

ବନ୍ୟା ଯେବେ ଆସେ

1 min
257


ଶ୍ରାବଣୀ ଗୋ ତୁମେ ବରଷ ସଧିରେ

ଭିଜି ଯାଉ ତନୁ ମନ

ଶୁଷ୍କ ମରୁସ୍ଥଳେ ଭରୁ ସବୁଜିମା

ଚହଟୁ ହୃଦେ ନନ୍ଦନ ।


ସନ୍ତାପିତ ପ୍ରାଣ ଜଳୁଛି ହୃଦୟ

ନିଦାଘ ଉତ୍ତପ୍ତ ତାପେ

ଆସ ଗୋ ଶ୍ରାବଣୀ ବରଦ ମୁଦ୍ରାରେ

ମଞ୍ଜୁଳ ମେହନ୍ଦୀ ହସ୍ତେ ।


ଜାଗି ଉଠୁ ମନେ ଆଶା ଓ ଆକା°କ୍ଷା

ସବୁଜ ସ୍ୱପ୍ନ ସୁନ୍ଦର

ନ ଲଙ୍ଘୁ କୂଳକୁ ପିପାସା ଦୁର୍ବାର

ନ ଉଛୁଳୁ ବନ୍ୟା ଜଳ ।


ଟପି ବନ୍ଧବାଡ଼ ବନ୍ୟା ଯେବେ ଆସେ

ମାଡିଯାଏ ଦୁଇକୂଳ

ଦିଅଇ ଆଘାତ ଦୁର୍ବିସହ ଦୁଃଖ

ପରିସ୍ଥିତି ପ୍ରତିକୁଳ ।


ଭାସିଯାଏ ଘର ଧନ ଓ ଜୀବନ

ହୃଦୟକୁ ଦିଏ ଭାଙ୍ଗି

ଜୀଇ ଥାଉ ମରେ ଅଭାଗା ମଣିଷ

ହୁଅଇ ଅସୁସ୍ଥ ରୋଗୀ ।


ଶ୍ରାବଣୀ ଗୋ ତୁମେ ଜୀବନ ଆଧାର

ବିତର ସବୁଜ ସ୍ୱପ୍ନ

ଦିଅ ଶୀତଳତା ପ୍ରେମ ନିବିଡ଼ତା

ଅମୃତର ବରଦାନ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy