STORYMIRROR

Minakshi Samal

Abstract

2  

Minakshi Samal

Abstract

ବଣଭୋଜି

ବଣଭୋଜି

1 min
367

ଖ୍ରୀଷ୍ଟମାସ ଆଉ ନୂଆବର୍ଷ ପାଇଁ

ଚାରିଆଡେ ହୁଏ ବଣଭୋଜି

ପରିବାର ଆଉ ସାଙ୍ଗସାଥୀ ମେଳେ

ବାହାରନ୍ତି ସର୍ବେ ହୋଇ ରାଜି

ଚାନ୍ଦା ଭେଦା ହୁଏ ସ୍ଥାନ ଠିକ ହୁଏ

ଖାଇବାର ମେନୁ ହୁଏ ସ୍ଥିର

କ୍ୟାଟରିଙ୍ଗ ଅବା ଘରରନ୍ଧା ଖାଦ୍ୟ

ସଠିକ୍ କ'ଣ ପଡେ ବିଚାର

ବାର ଯଦି ଭଲ ହୁଏ ଖାସି ମାଂସ

ପାଇଁ ଦିଅନ୍ତି ସମସ୍ତେ ମତ

ନିରାମିଷ ଖାଦ୍ୟ ଯେଉଁମାନେ ଖା'ନ୍ତି

ମସରୁମ୍,ପନୀର୍ ଯଥେଷ୍ଟ

ସାଧାଭାତ ସାଙ୍ଗେ ମାଉଁସ ଝୋଳ ଓ

ସାଲାଡ୍,ପାପଡ୍ କିଏ କହେ

ଆଉ କାହା ମତେ ପଲଉ ସାଙ୍ଗରେ 

ଚିଲି ଚିକେନ୍ ଯେ ଶୋଭାପାଏ

ପଛପଟୁ ଜଣେ ଯୋଗକରେ ପୁଣି

ଷ୍ଟାର୍ଟର୍ ରେ ହେବ ଫିସ୍ ଫ୍ରାଏ

କ୍ରିସ୍ପି ବେବିକର୍ଣ୍ଣ ନିରାମିଷ ଖାଦ୍ୟ

ସାଙ୍ଗେ ତା'ର କଫି କପ ଟିଏ

ମୁଁ ଖାଇବି ଖାସି ମାଂସ ବିରିୟାନୀ

ତା ସାଙ୍ଗକୁ ସାଜେ କଚୁମ୍ବର

ଡେସର୍ଟ ରେ ମୋ ପାଇଁ ବନେଇ ଦେବ

ଫ୍ରୁଟ ସାଲାଡ ଆଉ କଷ୍ଟାର୍ଡ

ସବୁ ଶୁଣିକରି ଦଳପତି ଉଠି

କହିଲେ ସଭିଁଙ୍କୁ ଯୋଡି କର

ଅନୁରୋଧ ଗୋଟେ କରିବି ଭାବୁଛି

ଶୁଣ ସମସ୍ତେ ଯେ ହୋଇ ସ୍ଥିର

ମିଶିକରି ଆମେ ଚାଲ ଯିବା ପୁରୀ

ଦର୍ଶନ କରିବା ଜଗନ୍ନାଥ

ଆନନ୍ଦ ବଜାରେ ପହିଲି ଭୋଗକୁ

ଖାଇକରି ହେବା ଯେ କୃତାର୍ଥ

ସଭିଁଙ୍କ ମନକୁ ପାଇଲା ଏକଥା

ଏକମତ ହେଲେ ବନ୍ଧୁମାନେ

ଜୟ ଜଗନ୍ନାଥ କହି ପ୍ରଣିପାତ

କଲେ ଉପସ୍ଥିତ ସଭାଜନେ


Rate this content
Log in

Similar oriya poem from Abstract