STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବଣଭୋଜି

ବଣଭୋଜି

1 min
386

ବଡ଼ଦିନ ଛୁଟି ପାଖେଇ ଆସୁଛି

କାହ୍ନା, ମୀନା ବଡ଼ ଖୁସି

ବଣଭୋଜି ପାଇଁ ହୁଏ ଆୟୋଜନ

ଅମଳିନ ମୁଖ ଶଶୀ।

ପାଗ ଯୋଗ ଦେଖି ଜାଗାକୁ ପସନ୍ଦ

କଲେଟି ନଥିବ ଡର

ମନ ଆନନ୍ଦରେ ବଣଭୋଜି ହେବ

ହେବା ନାହିଁ ହରବର।

ରାସନ,ବାସନ ହୋଇଛି ଯୋଗାଡ଼

କାର୍ଯ୍ୟ ହୋଇଅଛି ବଣ୍ଟା

ଯେଝା କାମ ଯିଏ ସୁରୁଖୁରେ କଲେ

ପାଦେ ନଫୁଟିବ କଣ୍ଟା।

ଆଗୁଆ ବରାଦ ଗୁରୁ କରିଛନ୍ତି

ବଇନା ହୋଇଛି ଦିଆ

ସଠିକ ସମୟେ ଗାଡ଼ି ପହଞ୍ଚିବ

ଚିନ୍ତାଦକ ଆଉ କିଆଁ।

ସଠିକ୍ ସମୟେ ସଭିଏଁ ଆସିବେ

ନକରିବେ କେହି ଡେରି

ଆଗରୁ ପହଞ୍ଚି ବୁଲାବୁଲି ସାରି

ସଅଳେ ଆସିବେ ଫେରି।

ଭୋଜିଭାତ କରି ପଙ୍ଗତରେ ଖାଇ

ଦେଖି ପର୍ଯ୍ୟଟନ ସ୍ଥଳ

ହୃଦୟ ସିନ୍ଦୂକେ ସ୍ମୃତି ସାଉଁଟିବେ

ଶିଶୁ ହୃଦେ ନାହିଁ ଛଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract