STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ଅନ୍ଧକାର"

ଅନ୍ଧକାର"

1 min
510

ଚତୁର୍ଦ୍ଦିଗେ ଘୋଟିଛି ଅନ୍ଧକାର

କିଏ ବିରୋଧୀ କିଏ ସର୍କାର

ଜନତା ଜାଣି ନ ପାରଇ

ଦୁର୍ନୀତି, ହତ୍ୟା, ଲୁଣ୍ଠନେ 

ଭର୍ପୁର ଆମ ଏ ସର୍କାର

ଯେ ଦିଗେ ଦେଖିବ

ଚତୁର୍ଦ୍ଦିଗେ ଘୋଟିଛି ଅନ୍ଧକାର ।


ଖାଲି ମିଛ ନାରା ମିଛ

ପ୍ରତିଶ୍ରତିରେ ଚାଲେ

ମୋ ସାଇକେଲ ମୋ ବସ୍

ମୋ ସରକାର୍

କାହିଁ କେଉଁଠି ଦିଶେନି

ବିକାଶ କାହିଁ ମିଳେନି

ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାର୍

ଦାଦନ ସାଜଇ ଯୁବକ 

ଦୁଷ୍କର୍ମ ହୁଏ ଯୁବତୀ ଶିକାର୍

ଏଇ କ'ଣ ତେବେ ମାପକାଠି

ଆମ ଉନ୍ନତି ଓ ପ୍ରଗତିର

ଯେଣେ ଦେଖ ତେଣେ

ଘୋଟିଛି ଘୋର ଅନ୍ଧକାର ।

    

କାହିଁ ଦେଖୁଛ କି ତୁମେ ସଂସ୍କାର

ପିତା ପୁତ୍ର ମଧ୍ୟେ ଅଭାବ ସମନ୍ଵୟ ର

ସବୁ ପରିବାର ଏବେ ଛାରଖାର

କୃଷକ ଶ୍ରମିକ ହୁଅନ୍ତି ନାରଖାର

ଛାତ୍ର ଯୁବକ ଏବେ ହୁଅନ୍ତି ବାରଦ୍ଵାର

ବିପିଏଲ୍ ଏପିଏଲ୍ ର ପ୍ରହସନେ

ଜନତା ହୁଅନ୍ତି ଶୋଷଣର ଶିକାର୍

ଚତୁର୍ଦ୍ଦିଗେ ଘୋଟିଛି ଖାଲି ଅନ୍ଧକାର ।


ପ୍ରିୟା ପ୍ରୀତି ତୋଷଣେ ଚାଲେ ସର୍କାର

ନୀତି ନୈତିକତା କେବଳ ହୋଇଛି

ଆମ ସଭିଙ୍କ ପାଇଁ ପାଣିର ଗାର

ଭାଇ ଭାଇ ମଧ୍ୟେ ଚାଲେ ଦ୍ଵନ୍ଦ୍ଵ

ସାହି ସାହି ଭିତରେ କରନ୍ତି ରଣ ହୁଙ୍କାର

ଭୋଟ୍ ସର୍ବସ୍ଵ ସାଜିଛନ୍ତି ଆମ ନେତୃବୃନ୍ଦ

ଘରେ ବାହାରେ ସବୁଠି ଚାଲେ

ଅନ୍ୟାୟ ଅନୀତି

ମିଛ ନାରା ଦିଅନ୍ତି କେବଳ ଗଣତନ୍ତ୍ରର

ଆଜି ଚତୁରଦ୍ଦିଗେ ଘୋଟିଛି ଅନ୍ଧକାର ।


ମହିଳା ସଶକ୍ତିକରଣ ନାରା ଦେଇ

ମହିଳା ମାନଙ୍କ ଈଜ୍ଜତ୍ କୁ ବନାନ୍ତି ଖେଳଘର

ଆଇନ୍ ଆଖିରେ ପଟି ବାନ୍ଧି

ଦୁଷ୍କର୍ମେ କରନ୍ତି ସେମାନଙ୍କୁ ଶିକାର

ଗାଁ କୁ କାମ ମାଆ କୁ ସମ୍ମାନର

କରିଥାନ୍ତି ଖାଲି ମିଛ ପ୍ରଚାର

ମା ଭଉଣୀଙ୍କୁ ଈଜ୍ଜତ୍ ନ ଦେଇ

ପୂର୍ଣ୍ଣ ଦିବାଲୋକେ କରିଥାନ୍ତି

ସେମାନଙ୍କୁ ବଳାତ୍କାର

ପୋଲିସ୍ ପ୍ରଶାସନ କଳକୁ ଲଗାଇ

ବଳାତ୍କାରୀକୁ ନିର୍ଦ୍ଦୋଷ ଘୋଷଣା ପାଇଁ

ଆମ ଶାସନ ପ୍ରଶାସନ କଳ

ହୋଇ ପଡିଥାଏ ତତ୍ପର

ଆଇନ୍ ଶୃଙ୍ଖଳା ନାମେ

ଆମ ସରକାର ରଚାନ୍ତି 

ଚତୁର୍ଦ୍ଦିଗେ ଘୋର ଅନ୍ଧକାର।


ଜୀବନ ଜୀବିକା ବିପନ୍ନ ଏବେ

ଦରିଦ୍ର ହେବାକୁ ଭଲ ପାଆନ୍ତି

ଆମ ଜନତା ଜନାର୍ଦ୍ଦନ

ଆମ ଭୋଟ ଦାତା ଆମ ସାଧାରଣ ନାରୀ ନର

ବିଲକୁ ପକାଇ ପଡିଆ

ଦାଦନ ସାଜନ୍ତି ବଢିଆ

ଆମ ସରକାର କୁହନ୍ତି

ହୋଇଯାଅ ସର୍ବେ କୋଢିଆ

ଭୋଟ୍ ଦେଇ ଭିକାରୀ ହୋଇ

ଖାଲି ହୋଇ ରୁହ ଭୋଟର

ଆସନ ଗାଦି ଶାସନ ଗାଦି କେବଳ

ଆମକୁ ଦରକାର

ଦେଶ ଭାସୁ କି ଜାତି ଭାସୁ

ଭାସି ଯାଉ ପଛେ ବିଶ୍ଵ ଦରବାର

କେବଳ ଭୋଟ ଆମକୁ ଦର୍କାର

ପଛେ ବିଶ୍ଵେ ଚତୁର୍ଦ୍ଦିଗେ

ଘୋଟୁ ଘୋର ଅନ୍ଧକାର ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract