ବଣଭୋଜି ଖଣ୍ଡିଆ ବଣରେ
ବଣଭୋଜି ଖଣ୍ଡିଆ ବଣରେ
ଶ୍ରେଣୀରେ ଶିକ୍ଷକ ନ ଥିଲା ବେଳେ
ପିଲାଏ ହୋଇଲେ ମେଳ
ବଣଭୋଜି ପାଇଁ କରିଲେ ବିଚାର
ଶୁଭୁଥିଲା କୋଳାହଳ।
କିଏ କହେ ଚାଲ କୋଣାର୍କ କୁ ଯିବ
ଦେଖିବା ସମୁଦ୍ର ଝାଉଁ ଜଙ୍ଗଲ
ଆଉ କିଏ କହେ ତପ୍ତପାଣି ଯିବା
ଦେଖିବା ପାହାଡ଼ ଝରଣା ଜଳ ।
ଘୁ ଘୁ ହୋଇ ରଡ଼ି ଶୁଭୁଥିଲା
ବଣଭୋଜି ହେଉ ବଣଭୋଜି
ସ୍ଥିର ହେଲା ନାହିଁ,କେଉଁ ହେଲେ ସ୍ଥାନ
କେମିତି ହେବ ବା ବଣଭୋଜି !!
କୋଳାହଳ ଶୁଣି ଶିକ୍ଷକ ଆସିଲେ
ପିଲାଏ ହେଲେ ମଉନ
ପଢ଼ା ବହିଖୋଲି ବସିଥିଲେ ସିନା
ବଣଭୋଜି ପାଇଁ ଖାଲି ମନ ।
ଶିକ୍ଷକ କହିଲେ ଶୁଣ ପିଲାମାନେ
ଶ୍ରେଣୀ ହେଉ ଅବା ଛୁଟି
ପଢ଼ା ଯାଇଥିବା ପାଠ ପଢୁ ଥାଅ
ଅଯଥା ନ କରି ପାଟି ।
ସଭିଏଁ କହିଲେ ଗୋଟିଏ ସ୍ଵରରେ
ବଣଭୋଜି ହେଉ ବଣଭୋଜି
ସ୍ଥିର ହେଉ ନାହିଁ ବଣଭୋଜି ସ୍ଥାନ
କେଉଁଠି କରିବୁ ବଣଭୋଜି ।
ଶିକ୍ଷକ କହିଲେ ଶୁଣ ପିଲାମାନେ
ଯଦି ସଭିଏଁ ହୋଇବ ରାଜି
ଆମ ସ୍କୁଲ୍ ପାଖ ଖଣ୍ଡିଆ ବଣରେ
କରିବା ଏଥର ବଣଭୋଜି ।
ରାଜି ହେଲେ ସିନା ପିଲାମାନେ
ପଚାରିଲେ ଶ୍ରେଣୀ ଶିକ୍ଷକଙ୍କୁ
ତା ନାଁ କିଆଁ ଖଣ୍ଡିଆ ବଣ
କୁହନ୍ତୁ ଆମ୍ଭମାନଙ୍କୁ ।
ଶିକ୍ଷକ କହିଲେ ଶୁଣ ପିଲାମାନେ
ଆଜି ସିନା ଏହା ଖଣ୍ଡିଆ ବଣ
ଅତୀତରେ ଥିଲା ସୁଘଞ୍ଚ ଜଙ୍ଗଲ
ଗଛଲତା ଭରା ଘଞ୍ଚ ଅରଣ୍ୟ ।
ଏଠି ଥିଲା ଶାଳ ପିଆଶାଳ,ଖଜୁରୀ ଓ ତାଳ
ରହୁଥଲେ ବାଘ ଭାଲୁ ଠେକୁଆ ପ୍ରବଳ
ଗଛ ଡାଳେ ବସୁଥିଲେ ଶୁଆ ଆଉ ଶାରୀ
ନିର୍ଭୟରେ ନାଚୁଥିଲେ ମୟୂର ମୟୁରୀ
ଏ ବଣର କେତେ ଚେର ମୂଳ
କରୁଥିଲା ରୋଗ ନିବାରଣ
ଏ ବଣର ଫଳ ମୂଳ ଖାଇ ll
ଭୋକ ଶୋଷେ ତୃପ୍ତ ଥିଲା ପ୍ରାଣ
କେତେ ଉପକାରୀ ଏଇ ସେଇ ବଣ
ଆଜି କିନ୍ତୁ ହୋଇଛି ଖଣ୍ଡିଆ
ନିଜର ସୁବିଧା ପାଇଁ ଏ ମଣିଷ
ସୁନ୍ଦର ଜଙ୍ଗଲ କରିଛି,କରୁଛି ଖଣ୍ଡିଆ
ଜଙ୍ଗଲ ହୋଇଛି ଶେଷ
ବଢୁଛି ସହର କାରଖାନା କଳ l l
ପଶୁ ପକ୍ଷୀ ଲୋପ ପାଇଲାଣି
ନାହିଁ ଆଉ ଝରଣାର ଜଳ
ଠିକ୍ ସମୟରେ ହେଉ ନାହିଁ ବର୍ଷା
ପରିବେଶ ହୋଇଛି ଦୂଷିତ
ପରିବେଶ ରକ୍ଷା ପାଇଁ ଆଜି
ସାରା ପୃଥବୀ ଚିନ୍ତିତ !!!!!
ଏଇ ସେଇ ବଣର କାହାଣୀ
ନାଁ କିନ୍ତୁ ରହିଛି ତାହାର
ଖଣ୍ଡିଆ ବଣ ନାମରେ
ପରିଚିତ ଏଇ ମୁଲକ ର।
ସବୁ ଶୁଣି ପିଲେ କରିଲେ ଶପଥ
ଗଛ ଲଗାଇବୁ ଆମେ ଗଛ ଲଗାଇବୁ
ଖଣ୍ଡିଆ ବଣକୁ ଆମେ ସୁନ୍ଦର କରିବୁ
ନୂଆ ନୂଆ ଗଛ ନେଇ କରିବୁ ରୋପଣ
ଅତି ଜତନରେ ଆମେ ଗଢ଼ିବୁ ଅରଣ୍ୟ ।
ହେଲା ବଣଭୋଜି ଖଣ୍ଡିଆ ବଣରେ
ନୂଆ ଗଛ ଲାଗିଛି ପୁରୁଣା ବଣରେ।
କଅଁଳିଆ ଆଉ ଛନଛନ ହୋଇ
ନୂଆ ଗଛ ବଢ଼ିଛି ବଢୁଛି
ଛୁଟି ଦିନେ ଆଉ ଖୁସି ସମୟରେ
ବଣଭୋଜି ହୋଇଛି ହେଉଛି ।।।।।
