ବନ୍ଦୁକ ମୁନରେ ଜୀବନ
ବନ୍ଦୁକ ମୁନରେ ଜୀବନ
ବନ୍ଦୁକ ମୁନରେ ଜୀବନ
ଏବେ ଅଛି ପ୍ରାଣ
ଏବେ ପ୍ରାଣ ହୀନ
ପାଣି ଫୋଟକା ସମ
ହୋଇଥାଉ ପଛେ ସେ ବଳିଆର
ହୋଇଥାଉ ପଛେ ସେ କାରିଗର
ହୋଇଥାଉ ପଛେ ରାଜକୁମାର
ହୋଇଥାଉ ପଛେ ନର ଈଶ୍ୱର
ଜନମ ହୋଇଛି ମାନେ ମୃତ୍ୟୁ ନିଶ୍ଚିତ
ଜୀବନର ପ୍ରତି ବାଟରେ
ଲକ୍ଷ୍ୟର ପ୍ରତି ପୟରେ
ସଂଘର୍ଷ ଯନ୍ତ୍ରଣା ଭରପୂର
ସେ ହିଁ ଜଗତେ ମହାନ
ସହିଯାଏ ସବୁ କଷଣ
ହୋଇଯାଏ ସେ ଅଗ୍ରସର
ବୁଝେ ବଞ୍ଚିବାର ମାନେ
ସଂଘର୍ଷରେ ପ୍ରତିକ୍ଷଣେ
ନିଜକୁ ହଜାଇ ଦିଏ
ନିଜ ଲକ୍ଷ୍ୟ ପଥେ
ଚାଲିବାକୁ ହେବ
ମୋ ପାଇଁ କରିବେନି ଆଉ କିଏ
ମରଣକୁ ଯେ କରେ ବିଜୟ
ହାଡ ମାଂସ ହେଲେ ବି ପାଉଁଶ
ଏ ଜଗତେ ସର୍ବଦା
ରହେ ତା ଯଶ ମାନ ସମ୍ମାନ
ରହେ ବାସ୍ତବିକ ପରିଚୟ
ବନ୍ଦୁକ ମୁନରେ ଜୀବନ
ସୁକର୍ମ କରିବାକୁ ହିଁ ମଣିଷ ଜନମ
କୁକର୍ମ ଯଦି କରିଯିବୁ
ନିଜକୁ ନିଜେ ଭୁଲିଯିବୁ
ଭୟଙ୍କର ହେବ ଶେଷ ପରିଣାମ
କେତେବେଳେ ଯେ ବନ୍ଦ ହୋଇଯିବ
ନିଃଶ୍ୱାସ ପ୍ରଶ୍ୱାସ ଚାଲିବା
କେତେବେଳେ ଯେ ପକ୍ଷୀ ଉଡିଯିବ
ସୁନା ପଞ୍ଜୁରିରେ ଥିବା
