STORYMIRROR

Judhisthir Majhi

Tragedy

3  

Judhisthir Majhi

Tragedy

ବନ୍ଦୁକ ମୁନରେ ଜୀବନ

ବନ୍ଦୁକ ମୁନରେ ଜୀବନ

1 min
300

ବନ୍ଦୁକ ମୁନରେ ଜୀବନ

ଏବେ ଅଛି ପ୍ରାଣ

ଏବେ ପ୍ରାଣ ହୀନ

ପାଣି ଫୋଟକା ସମ


ହୋଇଥାଉ ପଛେ ସେ ବଳିଆର

ହୋଇଥାଉ ପଛେ ସେ କାରିଗର

ହୋଇଥାଉ ପଛେ ରାଜକୁମାର

ହୋଇଥାଉ ପଛେ ନର ଈଶ୍ୱର

ଜନମ ହୋଇଛି ମାନେ ମୃତ୍ୟୁ ନିଶ୍ଚିତ


ଜୀବନର ପ୍ରତି ବାଟରେ

ଲକ୍ଷ୍ୟର ପ୍ରତି ପୟରେ

ସଂଘର୍ଷ ଯନ୍ତ୍ରଣା ଭରପୂର

ସେ ହିଁ ଜଗତେ ମହାନ

ସହିଯାଏ ସବୁ କଷଣ

ହୋଇଯାଏ ସେ ଅଗ୍ରସର


ବୁଝେ ବଞ୍ଚିବାର ମାନେ

ସଂଘର୍ଷରେ ପ୍ରତିକ୍ଷଣେ

ନିଜକୁ ହଜାଇ ଦିଏ

ନିଜ ଲକ୍ଷ୍ୟ ପଥେ

ଚାଲିବାକୁ ହେବ

ମୋ ପାଇଁ କରିବେନି ଆଉ କିଏ


ମରଣକୁ ଯେ କରେ ବିଜୟ

ହାଡ ମାଂସ ହେଲେ ବି ପାଉଁଶ

ଏ ଜଗତେ ସର୍ବଦା

ରହେ ତା ଯଶ ମାନ ସମ୍ମାନ

ରହେ ବାସ୍ତବିକ ପରିଚୟ


ବନ୍ଦୁକ ମୁନରେ ଜୀବନ

ସୁକର୍ମ କରିବାକୁ ହିଁ ମଣିଷ ଜନମ

କୁକର୍ମ ଯଦି କରିଯିବୁ

ନିଜକୁ ନିଜେ ଭୁଲିଯିବୁ

ଭୟଙ୍କର ହେବ ଶେଷ ପରିଣାମ


କେତେବେଳେ ଯେ ବନ୍ଦ ହୋଇଯିବ

ନିଃଶ୍ୱାସ ପ୍ରଶ୍ୱାସ ଚାଲିବା

କେତେବେଳେ ଯେ ପକ୍ଷୀ ଉଡିଯିବ

ସୁନା ପଞ୍ଜୁରିରେ ଥିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy