STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ବନ୍ଦୀ

ବନ୍ଦୀ

1 min
244


ବଡ଼ ହୀନିମାନ 

ବନ୍ଦୀ ଜୀବନ,,

ବନ୍ଦୀ ଜୀବନ ରେ ସ୍ଵାଧିନତା ନାହିଁ

ଅନେକ ଅସହ୍ୟ ଯନ୍ତ୍ରଣା ସେ ସହି

କାଟି ଥାଏ ବନ୍ଦୀ ଦିନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।।


ସ୍ଵାଧିନତା ପାଇଁ କରିଲେ ଲଢେଇ

ଜୀବନ କାଟିଲେ କେତେ ବନ୍ଦୀହୋଇ

ଦେଶ ପାଇଁ ଦେଲେ ପ୍ରାଣ, ବଡ ହୀନିମାନ

ବନ୍ଦୀ ଜୀବନ ।।


ଏଇ ଉତ୍କଳ ର ଗୋପବନ୍ଧୁ ଦାଶ

ବନ୍ଦୀ ଆତ୍ମକଥା ତାଙ୍କ କାରାବାସ

କଥା କରିଛି ବହନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।।


ପକ୍ଷୀ ଯେହ୍ନେ ପଞ୍ଜୁରୀରେ ବନ୍ଧା ଥାଏ 

କାରାରେ ଜୀବନ ବିହଙ୍ଗ ପରାୟେ

କାଟଇ ସେମିତି ଦିନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।।


ଗର଼ହିତ ଦୋଷେ କାରାଦଣ୍ଡ ଭୋଗ

ଆଇନୀ ଅଦାଲତ ର ଯୋଗ ଭୋଗ

କେ କାଟଇ ରାତି ଦିନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।।


ପଞ୍ଜୁରୀ ଖୋଲିଲେ ବନାନୀ କୋଳରେ

ପକ୍ଷ ଝାଡି ଝାଡି ପକ୍ଷୀ ଲୁଚିଯାଏ

ଆହା କି ଆନନ୍ଦ ଦିନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।। 


ସ୍ଵାଧିନ ଜୀବନେ ଆହା କି ଆନନ୍ଦ

ବନ୍ଦୀ ଜୀବନ ତେହ୍ନେ ନିରାନନ୍ଦ

ଅଭିଶପ୍ତ ସେ ଜୀବନ, ବଡ଼ ହୀନିମାନ

ବନ୍ଦୀ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy