STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ବନ୍ଧୁତ୍ବ

ବନ୍ଧୁତ୍ବ

1 min
200


ବନ୍ଧୁତ୍ବ କେବେ ମାନେ ନାହିଁ ଜାତି

ଅଜାତି କି ଧର୍ମାନ୍ଧତା

ଜାଣେ ଏକା ସିଏ ମନୁଷ୍ୟ ବନ୍ଧନ

ନର ନାରୀ ବିଷମତା ......।

ଉତ୍ସବ ବ୍ୟସନେ ଶାସନେ,ଶ୍ମଶାନେ

ଦୁର୍ଭିକ୍ଷେ ,ରାଷ୍ଟ୍ରବିପ୍ଳବେ

ଉପସ୍ଥିତ ଯିଏ ପ୍ରକୃତରେ ବନ୍ଧୁ

ଏହି ଛଅଗୋଟି ସ୍ଥଳେ ....।

କହନ୍ତି ସଭିଏଁ ଦିଅନ୍ତି ଦେଖା

ସଂପଦେ ସମସ୍ତେ ସଖା

ବିପଦ ଆସିଲେ କୃତ୍ରିମ ବନ୍ଧୁ

ନ ଦିଅନ୍ତି କେବେ ଦେଖା ....।

କୃଷ୍ଣ ସୁଦାମାର ବନ୍ଧୁତ୍ବକୁ ଦେଖି

ମନ ହୁଏ ଖାଲି ହେଜି

ଧନୀ ଗରିବର ଭେଦ ଭାବ ଭୁଲି

ବନ୍ଧୁତ୍ବରେ ଯାଅ ମଜ୍ଜି ....।

ଧନ୍ୟ ସେହି ବନ୍ଧୁ ବନ୍ଧୁର ସ୍ବରୂପେ

ଧ୍ୟେୟ କରି ଚାଲେ ବାଟ

ରହିଯାଏ କଥା କାଳକାଳକୁ ଯେ

ସର୍ବ ମୁଖେ ହୁଏ ଉଚ୍ଚାଟ ....।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational