STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବନ୍ଧୁତ୍ବ

ବନ୍ଧୁତ୍ବ

1 min
14


ଯିଏ ରାଜ ଦ୍ୱାରେ ପୁଣି ଶ୍ମଶାନରେ

ଥାଏ ପ୍ରାୟ ଉପଲବ୍ଧ 

ବନ୍ଧୁତ୍ୱର ଶ୍ରେଷ୍ଠତମ ନିଦର୍ଶନ 

ଆପେ ହୁଏ ହୃଦବୋଧ

ସୁଖରେ ଦୁଃଖରେ ଅବା ବିପଦରେ

ସହଭାଗିତା ଭିତ୍ତିରେ 

ବନ୍ଧୁତ୍ୱର ପରିଭାଷା ନିର୍ଣ୍ଣାୟକ

ବିଶ୍ୱାସ ଓ ଭରସା ରେ


ବିଶ୍ୱାସ କେବଳ ବନ୍ଧୁତାର ଭିତ୍ତି

ସମ୍ଭ୍ରମତା ସର୍ବୋପରି

ହୃଦୟର ଭାବ ଉନ୍ମୁକ୍ତ ସର୍ବଦା

ବନ୍ଧୁତ୍ୱ ଭାବ ଆବୋରି 

ଭାବଗତ ନିରାପତ୍ତା ସର୍ବୋପରି

ମୁକ୍ତ ମତ ବିନିମୟେ 

ନିବିଡ ସମ୍ପର୍କ ଓ ସମ୍ମାନ ବୋଧ

ବନ୍ଧୁତା ସୁଖ ବଢ଼ାଏ 

ଏ ସମାଜ,ବନ୍ଧୁତା ଓ ପ୍ରେମ ପ୍ରାୟ

ନୈସର୍ଗିକ ଉପହାର

ପୁରାଣ ପୃଷ୍ଠାରେ ସ୍ଥାନିତ ହୋଇଛି 

ପରିଭାଷା ବନ୍ଧୁତ୍ୱର

ବିଶ୍ୱାସ ଓ ସତ୍ୟଶୀଳତା ପ୍ରକୃତ

ବନ୍ଧୁତାର ମୂଳ ନୀତି

ବନ୍ଧୁ ପୁଣି ସଖା ପଦବାଚ୍ୟ ଆପେ

ସୁଖ ପ୍ରଦାନେ ସମ୍ପ୍ରତ୍ତି


ସଖା ଅବା ବନ୍ଧୁ ମନୋଭାବ କ୍ରମେ

ସନ୍ଦିହାନ ଅବସ୍ଥାରେ

ବନ୍ଧୁ ଅଜାଣତେ ବା ବନ୍ଧୁ ନ ଜାଣି

କର୍ମ କରେ ଆଗଭରେ 

ସେହି ପ୍ରଶ୍ନ ଥିଲା ଉଦ୍ଧବ ମୁଖରେ

ବନ୍ଧୁ ଶ୍ରୀକୃଷ୍ଣଙ୍କ ପ୍ରତି

ପାଣ୍ଡବଙ୍କ ସଖା ରୂପେ ପରିଚିତ

ଯୁଦ୍ଧ କିପରି ଉତ୍ପତ୍ତି ??

ପଶା ଖେଳ ଅବ୍ୟବହିତ ପୂର୍ବରୁ 

ହୋଇଥାନ୍ତା ସମାଧାନ

ଅବା ପଶା ଖେଳି ପାଣ୍ଡବ ପକ୍ଷରୁ

ରଖି ପାରି-ଥାନ୍ତ ମାନ !!


ସ୍ମିତ ହସ ହସି କହିଲେ ଶ୍ରୀକୃଷ୍ଣ

ବିବେକ ହୀନ ପାଣ୍ଡବ

ବିବେକ ଖଟାଇ ମାନୀ ଦୁର୍ଯ୍ୟୋଧନ

ରଚାଇ ଦେଲେ ତାଣ୍ଡବ 

ବନ୍ଧୁ କହି ମୁଖେ ଜଣାଇଲେ ନାହିଁ

ପଶା ଖେଳ ବିଷୟରେ

ପାଣ୍ଡବ ପକ୍ଷରୁ ଚାହିଁଲେନି କେହି

ମୁକ୍ତ ମତ ବ୍ୟକ୍ତ ଧାରେ

ବନ୍ଧୁତା ସହିତ ରହିଲେ ସନ୍ଦେହ 

ଅବା ବନ୍ଧୁ ଅଗୋଚରେ

କର୍ମ ଫଳ ଯଦି ବିଷମ ଅବସ୍ଥା

ଦୋଷ କି ବନ୍ଧୁ ନାମରେ !!

କୁରୁ ସଭା ସ୍ଥଳେ ରକ୍ଷା କର ଡାକ

ଶ୍ରୀକୃଷ୍ଣ ଶୁଣି କର୍ଣ୍ଣ ରେ

ଲଜ୍ଜ୍ୟା ନିବାରଣ କଲେ ସେହି ସଖା

ଚର୍ଚ୍ଚିତ ଘଟଣା ଧାରେ


ହେ ଉଦ୍ଧବ, ବନ୍ଧୁତ୍ବ ବାକ୍ୟରେ ଶୁଣ

ବନ୍ଧୁଙ୍କର ଖୋଲା କଥା

ବନ୍ଧୁ ବିରୁଦ୍ଧରେ ଶୁଣ ନାହିଁ ଆଦୌ

ସେହି କାନ କୁହା କଥା

ବନ୍ଧୁ ପାଖେ,ଭାବ କୁ କର ଉଲଗ୍ନ 

ବନ୍ଧୁ ଜାଣୁ ସବୁ କଥା 

କେତେ ଦୂର ବନ୍ଧୁର ଅଛି ସାମର୍ଥ୍ୟ

ଅବା ନାମକୁ ବନ୍ଧୁତା !!

ସୁଦାମା ବନ୍ଧୁତ୍ବ ଧର୍ମ ପାଳନରେ

ଖୁଦ ଭଜା ହାତେ ଦେଇ

ତଥାପି କିଛି ବି ମାଗି ନ ଥିଲା ସେ '

ପ୍ରାପ୍ତ ହେଲା ଭାବ ବହି 

ଅର୍ଜ୍ଜୁନ ବିଷାଦ ବେଳେ ବ୍ରହ୍ମଜ୍ଞାନ

ପ୍ରାୟ ନ ଥିଲା ଜରୁରୀ

ହୃଦ ଖୋଲା ଭାବ ବିନିମୟ ଧାରେ

ମୁକ୍ତ ଜ୍ଞାନ ସର୍ବୋପରି

ବନ୍ଧୁ ପିତାମାତା,ବନ୍ଧୁ ପୁଣି ଗୁରୁ

ବନ୍ଧୁ ଈଶ୍ୱର ସମାନ 

କୃଷ୍ଣ ବନ୍ଦେ ଜଗଦ୍ ଗୁରୁଂ ଧାରାରେ

ଗୁରୁ ପଦେ ରହୁ ଧ୍ୟାନ



Rate this content
Log in

Similar oriya poem from Abstract