STORYMIRROR

Dr. Shiba Prasad Tripathy

Inspirational Others

5.0  

Dr. Shiba Prasad Tripathy

Inspirational Others

ବଂଧୁତାର ପଥ

ବଂଧୁତାର ପଥ

1 min
14.5K


ତୁମକୁ ମାଗି ନଥିଲି

ଭୂମି ତିନି ପାଦ

ଇନ୍ଦ୍ରପ୍ରସ୍ଥ ପାରିଜାତ

ତୁମ ଅବଶିଷ୍ଟ ଆୟୁଷରୁ ଅଧ କିମ୍ବା

ତୁମ ଲୋଡା ଦରବରୁ

ସୁଖ ବାର ହାତ ।।

ତୁମକୁ ମାଗି ନଥିଲି

ଗଭୀର ଭୂ-ଖଣ୍ଡର ଜଳ

ଶିପ କି ଶାମୁକାର ମୁକ୍ତା ମାଳ

ପାହାନ୍ତି ରାତିକୁ ଅବା

ତୁମ ଛାତି ଭିତରେ

କୁରୁଳି ଉଠୁଥିବା

ଦୁର୍ବଳ ମୁହୂର୍ତ୍ତ ମାନଙ୍କୁ ।।

ତୁମକୁ ମାଗି ନଥିଲି

ଦିଗ କି ଦିଗନ୍ତ

ଆଦି ଓ ଅନନ୍ତ

ସଚରାଚର ଜୀବ-ଜଗତ

ସବୁଜର କ୍ଷେତ ଅଥବା

ଗୁଣୁ ଗୁଣୁ ଶୁଭୁଥିବା

ତୁମ ବନହଂସୀ ଗୀତ ।।

ତୁମକୁ ମାଗି ନଥିଲି

ଜହ୍ନ ଆଲୁଅର ବେଳ

ଫଗୁଣର ଲୁଚକାଳି ଖେଳ

କଦମ୍ବର ମୂଳ ଅବା

ଝର୍-ଝର୍ କରୁଥିବା ଝରଣା

ଋତୁର ସମ୍ଭାର

ତୁମ ମୁକୁଳା ଅଗଣାର ତଳ ।।

ତୁମକୁ ମାଗି ନଥିଲି

ରୁଣୁ-ଝୁଣୁ ପାଉଁଜୀର ସୂର

ପାଦରେ ଅଳତାର ଧାର

ସୀମନ୍ତରେ ସିନ୍ଦୁରର ଗାର କିଂବା

କହି ନଥିଲି କେବେ ତୁମକୁ

ହେବକି' ମୋ' ତୁଠର ପଥର ।।

ତୁମକୁ ମାଗୁଛି କେବଳ

ବଢାଇ ଦୁଇ ହାତ

ଭୂମି ଠାରୁ ଭୂମା ଯାଏ ବ୍ୟାପ୍ତ

ସୁଦୃଢ ଆମ ବଂଧୁତାର ପଥ

ଆସ ! ବଢାଇଛି ହାତ !!!

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational