STORYMIRROR

Parbati Pradhan

Inspirational

4  

Parbati Pradhan

Inspirational

ବନ୍ଧୁତା

ବନ୍ଧୁତା

1 min
451

ଜୀବନ ଅଟେ ଏଠି କ୍ଷଣସ୍ଥାୟୀ

ବନ୍ଧୁତା ସମ୍ପର୍କ ଅଟେ ଚିରସ୍ଥାୟୀ

ସତ୍ୟ ଏଠି ସୂର୍ଯ୍ୟ ସତ୍ୟ ଏଠି ଚନ୍ଦ୍ର

ସତ୍ୟ ରେ ବଞ୍ଚିଛି ଆମ ବନ୍ଧୁତା ର ବନ୍ଧନ ।


ବନ୍ଧୁତା ଆଗରେ ଧନୀ ଗରିବ ନ ଦିଶଇ

ଦୁହିଁ ଙ୍କ ମଧ୍ୟରେ ବାଛ ବିଚାର ଯେ ନାହିଁ

ଧନ୍ୟ ତୁମେ ଇଶ୍ୱର ଧନ୍ୟ ତୁମ ସୃଷ୍ଟି

ବନ୍ଧୁତା ସମ୍ପର୍କ ମୋ ନଯାଉ ଅଦିନରେ ତୁଟି ।


ଜୀବନର ଅଙ୍କା ବଙ୍କା ପଥେ

ସମ୍ପର୍କ ଯାଏ ଆସେ ଏଠି ନୀତି

କିଛି ଯେ ସମ୍ପର୍କ ଅଧା ବାଟେ ଛାଡି ଯାଏ ଏଠି

କିନ୍ତୁ ବନ୍ଧୁତା ର ସମ୍ପର୍କ ଆଜୀବନ ରହି ଯାଏ ଏଠି ।


ଜୀବନ ଯୁଦ୍ଧର ଲଢେଇ ପାଇଁ

ସାଥି ଟିଏ ଖୋଜେ ମୁହିଁ

ସାଥି ଟିଏ ପାଇ ଗଲେ

ଜୟ ଜୟ କାର ଶୁଭଇ ।


କୃଷ୍ଣ ସୁଦାମ ଯେ ଫିକା ପଡିଯିବେ

ଆମ ବନ୍ଧୁତା ସମ୍ପର୍କ ପାଖରେ

ତୁ ହେଲେ ଅର୍ଜୁନ ମୁଁ ହେବି ଯେ କୃଷ୍ଣ

ବିନା ଅସ୍ତ୍ରେ ପୁଣି ଲଢେଇ କରିବି ତୋ ପାଇଁ ସାରାଜୀବନ ।


ଦେହ ହେଲେ ଦୁଇ ମନ ଆମ ଏକ

ମୁଁ ହେଲେ ରାସ୍ତା ତୁ ହେବୁ ପଥିକ

ତୋ ପାଇଁ ଆଜୀବନ କରିବି ମୁଁ ସଙ୍ଘର୍ଷ....।


ଦୁଃଖ ସୁଖ ଭଲ ମନ୍ଦ ଯେ ଆଦରେ ନୀତି

ଅଭାବ ଅନଟନେ ଯେ ପାଖେ ଥାଏ ନୀତି

ତା ଆଗେ ଶବ୍ଦ ଏଠି ମଉଳି ଯାଏ ଝଡି 

ଭାବ ବୁଝି ମୁଣ୍ଡ ଆଉଁସା ଇ ଦିଅ ନୀତି

ଆଖି ଲୁହ ପୋଛି ଦେଇ ଵକ୍ଷେ ଧରେ ଜାବୁଡିବ।


ଦେହସିନା ମିଶି ଯାଏ ମଶାଣି ଭୂଇଁ ରେ

ନଦୀ ସିନା ସୁଖୀ ଯାଏ ମରୁନିଆଁ ରେ

କିନ୍ତୁ ବନ୍ଧୁ ବଞ୍ଚି ରହେ ବନ୍ଧୁତା ସ୍ମୃତି ରେ

ହୃଦୟର ର ରକ୍ତ କବର ରେ ।


ବନ୍ଧୁ ତଳେ ମୁଁ କରି ବି ଚାଷ

ବନ୍ଧୁ ତଳେ ପୁଣି କରିବି ମୁଁ ବସା

ବନ୍ଧୁ ହିଁ ଜୀବନର ଅମୂଲ୍ୟ ସମ୍ପଦ

ବନ୍ଧୁ ହିଁ ବୁଝି ଥାଏ ବନ୍ଧୁତା ର ଭାବ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational