STORYMIRROR

Smitali Priyadarsini Panda

Abstract Drama Fantasy

3  

Smitali Priyadarsini Panda

Abstract Drama Fantasy

ବନ୍ଧୁତା-୩

ବନ୍ଧୁତା-୩

1 min
284

ଏମିତି ବନ୍ଧୁଟେ ପାଇଛି ଜୀବନେ 

ତା ପରି ନାହିଁ କେ ସତେ

ଛାଇଟିଏ ହୋଇ ସାଥିରେ ଚାଲୁଛି

ହାତ ରଖି ମୋର ହାତେ ।


ରକ୍ତ ସଂପର୍କ ଠୁ ଅଧିକା ନିବିଡ଼

ଆମ ଏ ବନ୍ଧୁତ୍ୱ ଡୋର

ଦେହ ହେଲେ ମୁଁ ଛାଇଟି ଏ ସେହି

ସେ ଫୁଲ ମୁଁ ପାଖୁଡ଼ା ତାର ।


ଖୁସିରେ ତୁମର ହସ ମୋର ଝରେ

ଦୁଃଖରେ ଗଡଇ ଲୁହ

ହୃଦୟ ଗୋଟିଏ ତୁମର ମୋହର

କେବଳ ଅଲଗା ଦେହ ।


ତୁମ ପରି ଜଣେ ନାହିଁ ଆଉ କେହି

ଶ୍ରେଷ୍ଠ ବାନ୍ଧବୀ ହେ ମୋର

ଜୀବନ ନାଟକେ ହେ ଶ୍ରେଷ୍ଠ ନାୟିକା

କେବେ ହେବ ନାହିଁ ଦୂର ।


କଥା ଦିଅ ମତେ କଥା ରଖି ମୋର

ଯିବ ନାହିଁ କେବେ ଭୁଲି

ଆମ ବନ୍ଧୁତାର ସ୍ତୁପ ହେବ ଗଢା

ନାମ ସୋନାଲି ସ୍ମିତାଲି  ।


Rate this content
Log in

Similar oriya poem from Abstract