STORYMIRROR

Sanjeeb Kumar Nag

Abstract

2  

Sanjeeb Kumar Nag

Abstract

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
298

ବନ୍ଧୁତ୍ୱ କାହାକୁ କହନ୍ତି କେମିତି କହିବି ଜାଣିନି

କିନ୍ତୁ ଯେତେବେଳେ ବି କର୍ଣ୍ଣଗୋଚର ହୁଏ ଏଇ ଶବ୍ଦ,

ମାନସପଟରେ ଦୃଶ୍ୟମାନ ହୁଏ 

କିଛି ଅଭୁଲା କୋମଳ ଚେହେରା।

ପ୍ରତିଦିନ ମୋ ପାଇଁ ବ୍ୟାଗ୍ ଭିତରେ ଲୁଚେଇ

ଖାଇବା ଆଣୁଥିବା ଗୋଟେ ଝିଅର ଚେହେରା,

ମୋର ପହଞ୍ଚିବା ବିଳମ୍ବ ହେଲେ

ଶ୍ରେଣୀରେ ମୋ ଉପସ୍ଥାନ ପକାଉଥିବା ଗୋଟେ ପିଲାର ଚେହେରା।

ମତେ ମାଡରୁ ବଞ୍ଚେଇବା ଲାଗି ମିଛ କହି

ସାରଙ୍କ ଠାରୁ ମାଡ଼ଖାଉଥିବା ଗୋଟେ ପିଲାର ଚେହେରା,

ମୋ ସଙ୍ଗେ ରାଜାରାଣୀ ଖେଳଖେଳି ସ୍କୁଲ ନଯାଇ

ମାଆଙ୍କଠୁ ଗାଳିଖାଉଥିବା ଗୋଟେ ଝିଅର ଚେହେରା।

ମୋ ପାଇଁ ନିଜ ଘରୁ ଆମ୍ବୁଲ ଚୋରିକରି

ବାପାଙ୍କଠୁ ମାଡ଼ଖାଉଥିବା ଗୋଟେ ପିଲାର ଚେହେରା,

ନିଜ ଦୋକାନରୁ ଏକଡ଼଼ଜନ କାଚଗୁଳି ଚୋରିିକରି

ମୋତେ ଦେଇଥିବା ଗୋଟେ ଝିଅର ଚେହେରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract