STORYMIRROR

Indrabadal Mohanty

Inspirational

2  

Indrabadal Mohanty

Inspirational

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
345

ବନ୍ଧୁତ୍ୱ

ଏକ ଅଲିଭା ଗାର ଟିଏ ଏତେ ବଡ ଦୁନିଆରେ,


ପ୍ରଶାନ୍ତସାଗର ବି ଛୋଟ ପଡେ ସେ ସମ୍ପର୍କ ଆଗରେ…।


ବନ୍ଧୁତ୍ୱ

ସଂସାରର ସବୁ ଛୋଟବଡ ପ୍ରଶ୍ନର ଉତ୍ତର ଥାଏ ଏ ସମ୍ପର୍କରେ,


ପୁଣି ଏହାକୁ ସାଥିରେ ନେଇ ବନ୍ଧୁ ଆଜି ଅନେକ ହିମାଳୟ ବି ଲଙ୍ଘିଯାଇପରେ।


ବନ୍ଧୁତ୍ୱ

ସ୍ନେହର ଗନ୍ତାଘର ତ କେତେବେଳେ ଆକଟର କେନ୍ଦ୍ରବିନ୍ଦୁ ସାଜି ଆସେ ଆମ ଜୀବନରେ,


ସ୍ୱାର୍ଥହୀନ ହୋଇ ବନ୍ଧୁଥାଏ ପାସେ ପାସେ ସୁଖ ଓ ଦୁଃଖର ଅମଡା ରାସ୍ତାରେ।


ବନ୍ଧୁତ୍ୱ

ସର୍ବଦା ନୂତନ ଆଶାର ସଂଚାର ସୃଷ୍ଟି ହୁଏ ମିଳନର ପ୍ରତ୍ୟକ କ୍ଷଣରେ,


ସମ୍ପର୍କରେ ମାଧୁର୍ଯ୍ୟର ପ୍ରତିଛବି ଆଙ୍କିଦିଏ ସମୟର ତାଳେତାଳେ ଏସୃଷ୍ଟିରେ।


ବନ୍ଧୁତ୍ୱ

ସର୍ବଦା ଅତୁଳନୀୟ ସବୁ ସମ୍ପର୍କର ପରିସୀମା ଭିତରେ,


ଶ୍ରେଷ୍ଟତ୍ଵର ସୀମାଡେଇଁ ସର୍ଵଦା ରହିଥାଏ ସମସ୍ତଙ୍କ ହୃଦୟେ ପୁଣି ପ୍ରତ୍ୟକ ସ୍ପନ୍ଦନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational