STORYMIRROR

BISWESWAR MAJHI

Inspirational Others

4  

BISWESWAR MAJHI

Inspirational Others

ବନ୍ଧୁତ୍ୱର ମହତ୍ତ୍ଵ

ବନ୍ଧୁତ୍ୱର ମହତ୍ତ୍ଵ

1 min
186


ସାତ ପାଦ ସାଥିରେ ଚାଲିଲେ ବନ୍ଧୁତ୍ୱର ହୁଏ ସୂତ୍ରପାତ

ବାଡି ଖଣ୍ଡେ ନିର୍ଜନର ସାଥି ଦୁର୍ବଳର ମହାବଳୀ ମିତ। 

ବନ୍ଧୁତ୍ୱ ବନ୍ଧନ ଏକ ଲୋଡା ନାହିଁ ରକତ ସଂଯୋଗ

ପିତାମାତା ଭ୍ରାତା ଭଗ୍ନୀ ସବୁ ସମ୍ପର୍କର ସେ ନୂତନ ଯୁଗ ।

ସୁଦାମାଙ୍କୁ ଦ୍ୱାରକାଧିପତି ପାଦ ଧୋଇ ଆସନେ ବସାଇ

ପଣକରି ଜୀବନ ତେଜିଲେ କର୍ଣ୍ଣ ଦୁର୍ଯ୍ୟୋଧନ ସଖ୍ୟ ପାଇଁ ।

ବନ୍ଧୁତ୍ୱର ମହକେ ଏକରେ ଏକ ମିଶି ହୁଅଇ ଏଗାର

ସାତ ସମୁଦର ତେର ନଦୀ ବନ୍ଧୁତ୍ୱରେ କାଟିଛି କେ ଗାର !

ଭଗବାନ ପିତାମାତା ଭ୍ରାତା ଭଗ୍ନୀ ଜାୟା ପ୍ରତିବେଶୀ ଆଦି

ବନ୍ଧୁତ୍ୱରେ ବାନ୍ଧି ହେଲେ ଆନ ସମ୍ପର୍କ ପାଲଟେ ବିଧି ।

ଜାତି ଦେଶ ସଜୀବ ନିର୍ଜୀବ ବନ୍ଧୁତ୍ୱର ସୁତ୍ରେ ହେଲେ ବନ୍ଧା

ହିଂସା ଦ୍ବେଷ ଆସୂୟା ଶବଦ ଅଭିଧାନେ ହୋଇଯାନ୍ତା ଧନ୍ଧା ।

ବନ୍ଧୁତ୍ୱରେ ସାନବଡ ନାହିଁ ଭୁଲ ଠିକ୍ ନଥାଏ ବିଚାର

ତ୍ୟାଗର ସେ ମୂର୍ତ୍ତିମନ୍ତ ରୂପ ସ୍ୱାର୍ଥର ବା କେଉଁ କାରବାର !

ବନ୍ଧୁତ୍ୱରେ ନରକ ବି ସ୍ୱର୍ଗ ସୁଖ ଦୁଃଖ ଭେଦଭାବ ନାହିଁ

ମର୍ତ୍ୟରାଜ୍ୟେ ସ୍ୱର୍ଗ ଅନୁଭୂତି ବନ୍ଧୁତ୍ୱ କେବଳ ପାରେ ଦେଇ ।



Rate this content
Log in

Similar oriya poem from Inspirational