Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinapana Loknath Reddy

Inspirational

4  

Chinapana Loknath Reddy

Inspirational

ବନ୍ଧୁର ମହତ୍ତ୍ୱ

ବନ୍ଧୁର ମହତ୍ତ୍ୱ

1 min
474


ପ୍ରକୃତ ବନ୍ଧୁର ମହତ ଜାଣରେ

କୃଷ୍ଣ ସୁଦାମାଙ୍କୁ ଦେଖି

ନିଃସ୍ଵାର୍ଥ ନିବିଡ଼ ବନ୍ଧୁତାର ପ୍ରେମ

କହୁଛି ଶୁଣ ନିରେଖି |


ଦୀନବନ୍ଧୁ ସେହି ଦ୍ୱାରିକା ନରେଶ

ଥିଲେ ଗୋପେ ବାଲ୍ୟ ବେଳେ

ଖେଳି ବୁଲୁଥିଲେ ଗୋପୀଗୋପା ସଙ୍ଗେ

ନସରେ ଆନନ୍ଦ ତିଳେ |


ସମୟ ସୁଅରେ ଭାସିଯାଇ ପ୍ରଭୁ

ଚାଲିଲେ ଦ୍ୱାରିକା ଦେଶ

ମନ କିନ୍ତୁ ଥିଲା ଗୋପୀ ଗୋପା ପାଶେ 

ଭାବି ହୁଅନ୍ତି ନିରାଶ |


ଦିନେ ଯାଇଥିଲେ ଗୋପାଳ ସୁଦାମା

ଦ୍ୱାରିକା କୃଷ୍ଣଙ୍କୁ ଦେଖି

କେଡେ ଆଦରରେ ମାନ ସମ୍ମାନରେ 

ଘେନି ନେଲେ ଚକାଆଖି |


ଦେଖ ଦେଖ ଜନେ ବନ୍ଧୁର ମହତ

କେଡେ ସେ' ଆଦର ଭାବ

ଈଶ ହୋଇ କୃଷ୍ଣ ଧୋଇଲେ ପାଦପ

ଭୁଲିଯାଇ ଗର୍ବ ଭାବ |


ସୁନା ଥାଳିଆରେ ଭୁଞ୍ଜୁଥିଲେ ଯିଏ 

ଅମୃତକୁ ପାନ କରି

ଆଜି ମିତ ଖୁଦ ଭଜାକୁ ଭୁଞ୍ଜିଲେ

ମହାନନ୍ଦେ ମନୋହରି |


ଯିଏ ଯେତେ ବଡ଼ ହୁଅନ୍ତୁ ପଛକେ

ମିତ ପାଶେ ସବୁ ସମ

ମନ ରଖ ତୁହି ମଣିଷ ଭାଇରେ

ସ୍ନେହ ଡୋରି ବଳବାନ |



Rate this content
Log in

Similar oriya poem from Inspirational