STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବନ୍ଧୁ

ବନ୍ଧୁ

1 min
14.1K


ଏସ . ଶ୍ୟାମ କୁମାର ରାଓ


କେମିତି ଡାକିବି ତୁମକୁ ହେ ସାଥୀ

ସେ ପାରିରୁ ହାତ ଠାରି

ଏଠି ଦିନେ କେବେ ଚାହିଁ ତ ନ ଥିଲା

ଆପଣା ମଣିଷ ପରି –

ଜରାୟୁର ଚାରି କାନ୍ଥ

ତl ଭିତରେ ମୋ ନିଷ୍ପାପ କ୍ରନ୍ଦନ

ରୋମନ୍ଥନ ଆତ୍ମା ଚିତ୍କାର ସବୁ ଦେଖୁଥିଲ....

ହେଲେ ଏ ଏନ୍ତୁଡିଶାଳରୁ ମରଣ ଜୁଇ ଯାଏଁ

କେମିତି ପାଲଟିଗଲା

ଆଦେଖା ନିରାକାର.....

ଥରଟିଏ ଦେଖା ଦେଇ

ଏମିତି ଚାଲିଗଲେ ଯେ

ଆଉ ସାଉଁଟି ପାରୁନି

ହାତରୁ ଖସି ଯାଉଥିବା

ସବୁତକ ଆଦେଖା ମୂହୁର୍ତ୍ତଗୁଡାକୁ

ଆଶାରୁ ଭାସି ମିଳି ମିଳି ଯାଉଥିବା

ବୁଦ୍ ବୁଦ୍ କା ସମୂହକୁ

ଖାସ୍ ତୁମକୁ ବନ୍ଧୁ....

ଖୋଜିଚ୍ଛି ଅନେକ

କେତେ ଯେ ସହସ୍ର ବର୍ଷ

ତାର ଇୟତ୍ତା ନlହିଁ

କେବେ କୁବୁଜାଟେ ହୋଇ

କେବେ ପ୍ରସ୍ତରୀଭୁତ ଅହଲ୍ୟ ପରିକା

ଏକା – ଏକା ମୋ ବିନ୍ଦୁ ବଳୟର

ଶେଷ ସରହଦ, ପ୍ରନ୍ତୀୟ ଇଲାକା l

ବାନ୍ଧବ ନ ହେଲେ ନlହିଁ

ବନ୍ଧୁତ୍ଵର ପରିଭାଷା ଲେଖୁଛ

ଆଜି ଏ ବିଶ୍ଵଦିବସରେ

ଏକଲା ମୋ ଅଫେରା ରାଜ୍ୟରେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics